Below header

 ଭଦ୍ରକ: କରୋନାକୁ ନେଇ ଚିନ୍ତାରେ ଧାମରାବାସୀ ,୫ ଦିନରେ ୭ସଂକ୍ରମିତ

ଚାନ୍ଦବାଲି(କେନ୍ୟୁଜ୍): କରୋନାର ୨ୟ ଲହରକୁ ନେଇ ଚିନ୍ତାରେ ଭଦ୍ରକ ଜିଲ୍ଲାର ଧାମରାବାସୀ । କାରଣ ୫ଦିନରେ ୭ଜଣ ସଂକ୍ରମିତ ହୋଇଛନ୍ତି । ତେଣୁ ଭୟଭୀତ ହୋଇପଡିଛଥନ୍ତି ଧାମରା ସମେତ ଆଖପାଖ ଅଞ୍ଚଳବାସୀ । ଯେଉଁ ୭ଜଣ କରୋନା ପଜେଟିଭି ସମସ୍ତେ ଧାମରା ବନ୍ଦରରେ କାର୍ଯ୍ୟ କରୁଥିଲେ । ସମସ୍ତେ ଓଡିଶା ବାହାରର ଲୋକେ ।

ଗତ ୯ତାରିଖ ଧାମରା ବନ୍ଦରରୁ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗତ ବୁଧବାର ଆଉ ୫ଜଣ ପଜେଟିଭି ଚିହ୍ନଟ ହୋଇଛନ୍ତି । ସରକାର ବାହାହର ଲୋକଙ୍କ ଉପରେ କଟକଣା ଲଗାଇଥିବା ବେଳେ ଧାମରାରେ ଥିବା ଆଦାନୀ ପୋର୍ଟକୁ ପ୍ରତିଦନ ଶହଶହ ସଂଖ୍ୟକ ଶ୍ରମିକ ବାହାର ରାଜ୍ୟରୁ ଆସୁଛନ୍ତି । ତେଣୁ ଧାମରା ଆଦାନୀ ପୋର୍ଟ ପାଇଁ ଏବେ ଚିନ୍ତା ବଢିଛି ଧାମରାବାସୀଙ୍କର । ତାହା ସହ ଏହି ବାହାର ରାଜ୍ୟର ଶ୍ରମିକଙ୍କ ଯାଆସ ଉପରେ କଟକଣା ଲଗାଇବା ପାଇଁ ସାଧାରଣରେ ଦାବି ହୋଇଛି  ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.