Below header

ଯାଜପୁର : ବୈତରଣୀ ନଦୀ ଦେବୀଗଡ଼ା ଘାଟରୁ ପୁଣି ଉଦ୍ଧାର ହେଲା ପ୍ରାଚୀନ ମୂର୍ତ୍ତି

ଯାଜପୁର ଟାଉନ୍‌ (କେ ନ୍ୟୁଜ୍‌) : ଯାଜପୁର ବୈତରଣୀ ନଦୀର ଦେବୀଗଡା ଘାଟ ନିକଟରୁ ଆଜି ଉଦ୍ଧାର ହୋଇଛି ଆଉ କିଛି ପ୍ରାଚୀନ ମୂର୍ତ୍ତି । ଏଠାରେ ବ୍ଯାରେଜ କାମ ଚାଲୁଥିବା ବେଳେ ଏକ ନାରାୟଣ ମୂର୍ତ୍ତି ଏବଂ ଅନ୍ଯ ମୂର୍ତ୍ତିର ଭଗ୍ନାଂଶ ଉଦ୍ଧାର ହୋଇଛି । ମୂର୍ତ୍ତି କଳା ମୁଗୁନି ପଥରରେ ନିର୍ମିତ ହୋଇଛି । ଏହାର କାରୁକାର୍ଯ୍ୟ ମଧ୍ୟ ବେଶ୍‌ ଆକର୍ଷଣୀୟ ।

MURTI-2

ପୂର୍ବରୁ ମଧ୍ୟ ଏହିପରି ଅନେକ ମୂର୍ତ୍ତି ଏଠାରୁ ଉଦ୍ଧାର କରାଯାଇଥିଲା। ଅତୀତରେ କୌଣସି ପୁରାତନ ମନ୍ଦିର ଭାଙ୍ଗିରୁଜି ନଦୀରେ ଲୀନ ହୋଇଯାଇଥିଲା । ଏବେ ଖନନ ହେବା ଦ୍ୱାରା ସେହି ମନ୍ଦିରର ଅଂଶ ସବୁ ବାହାରୁଥିବା ଅନୁମାନ କରାଯାଉଛି ।

ତେବେ ଏ ନେଇ ପ୍ରତ୍ନତତ୍ୱ ବିଭାଗ ଅଧିକ ଗବେଷଣା କରିବାର ଆବଶ୍ଯକତା ରହିଛି ବୋଲି ମତପ୍ରକାଶ ପାଇଛି । ସୂଚନା ଥାଉକି ପ୍ରଥମେ ଯାଜପୁର ସିଦ୍ଧେଶ୍ୱର ଘାଟ ନିକଟରୁ ବିରାଟ ଶିବଲିଙ୍ଗ ଏବଂ ମନ୍ଦିର ଭଗ୍ନାବଶେଷ ବାହାରିଥିଲା । ଏହାକୁ ମିଶାଇ ତିନି ଥର ଏଭଳି ପ୍ରାଚୀନ କୀର୍ତ୍ତି ସବୁ ଉଦ୍ଧାର କରାଗଲାଣି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.