Below header

ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡ଼ିଜରେ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଆଲୋଚନାଚକ୍ର ଅନୁଷ୍ଠିତ

ଭୁବନେଶ୍ବର (କେନ୍ଯୁଜ୍) : ସ୍ଥାନୀୟ ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡ଼ିଜରେ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ତରଫରୁ “ସାମ୍ବାଦିକତାର ନୈତିକତା ଓ ବର୍ତ୍ତମାନ ସମୟରେ  ପ୍ରତିଯୋଗିତା ମୂଳକ ଭାବନା “ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେଇଯାଇଛି I ଚନ୍ଦ୍ରିକା ଅନଲାଇନର ମୁଖ୍ୟ ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ ଏହି ଆଲୋଚନାଚକ୍ରରେ ଯୋଗ ଦେଇ  ସାମ୍ବାଦିକତାର ନୀତି ନୈତିକତା ଆଉ ଆଦର୍ଶ ଉପରେ ଆଲୋକପାତ କରିଥିଲେ I

ବର୍ତ୍ତମାନ ସମୟରେ ଜଣେ ସାମ୍ବାଦିକର କର୍ତବ୍ୟ ଆଉ ମୂଲ୍ୟବୋଧ ଉପରେ ସେ କହିଥିଲେ Iଲେଖକ ଓ ସମାଲୋଚକ କେଦାର ମିଶ୍ର ସମ୍ବାଦ ପରିବେଷଣ କ୍ଷତ୍ରରେ ସାମ୍ବାଦିକର ମାନବିକତା ଉପରେ ଉଦାହରଣ ଦେଇ ବେଙ୍ଗଲ ଗ୍ଯାଜେଟର କଥା କହିଥିଲେ କି କେଉଁପରି ଭାବେ ନୀତି ନୈତିକତାର ମୂଲ୍ୟବୋଧକୁ ବୁଝେଇବାକୁ ଯାଇ ଇଂଗ୍ରେଜମାନଙ୍କ ବିରୋଧରେ ଖବର କାଗଜ ମଧ୍ୟ ଲେଖୁଥିଲା I

ଦ ହିନ୍ଦୁ ଖବର କାଗଜର ସହ ସମ୍ପାଦକ ପ୍ରଫୁଲ୍ଲ ଦାସ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ବର୍ତ୍ତମାନ ସମୟରେ ଗଣମାଧ୍ୟମ କେତେକ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ଦ୍ଵାରା ପ୍ରଭାବିତ ହେଉଥିବାରୁ ଦେଶରେ ଜରୁରିକାଳୀନ ପରିସ୍ତିତି ସ୍ରୁଷ୍ଟୀ ହେଉଛି I ଏଣୁ ପ୍ରତ୍ୟକ ସାମ୍ବାଦିକ ନିଜର ନୈତିକତାକୁ ବଞ୍ଚାଇରଖି କାର୍ଯ୍ୟ କରିଲେ ଗଣମାଧ୍ୟମ ଉପରେ ଲୋକଙ୍କ ଭରସା ରହିବ I ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗର ଅଧ୍ୟାପିକା ଶୁଚିସ୍ମିତI ମିଶ୍ର ଆଲୋଚନାଚକ୍ର କୁ ପରିଚାଳନା କରିଥିଲା ବେଳେ ସମସ୍ତ ବିଭାଗର ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀ ଉପସ୍ତିତ ରହିଥିଲେ I

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.