Below header

ଛତିଶଗଡ଼ : ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର

ଛତିଶଗଡ଼(କେନ୍ୟୁଜ୍): ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଉଭୟ କଂଗ୍ରେସ ଏବଂ ବିଜେପିର ହେଭିୱେଟଙ୍କୁ ଆଜି ମଇଦାନରେ ଦେଖିବାକୁ ମିଳିବ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଶକ୍ତି ଖଟାଇବେ ପ୍ରତିଦ୍ୱନ୍ଦୀ ଦଳ ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମାରାଥନ ପ୍ରଚାର କରିଛନ୍ତି । ୨୦ ତାରିଖରେ ଦ୍ୱିତୀୟ ପର‌୍ୟ୍ୟୟ ନିର୍ବାଚନ ହେବ ।

modi_plays

ଏହି ପର୍ଯ୍ୟାୟରେ ୭୨ଟି ଆସନ ପାଇଁ ଭୋଟ ପଡ଼ିବ । ୧୯ଟି ଜିଲ୍ଲାରେ ନିର୍ବାଚନ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧୦୭୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ପ୍ରାର୍ଥୀଙ୍କ ମଧ୍ୟରୁ ୧୩୦ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଏମାନଙ୍କ ମଧ୍ୟରୁ ୯୦ ଜଣଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରହିଛି । ଦ୍ୱିତୀୟ ପର‌୍ୟ୍ୟାୟରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୩୯ ଜଣ କୋଟିପତି । କଂଗ୍ରେସ ପ୍ରାର୍ଥୀ ଟି.ଏସ ସିଂଦେଓ ୫୦୦ କୋଟି ଟଙ୍କାର ମାଲିକ ।

ଛତିଶଗଡ଼ରେ ତ୍ରିମୁଖୀ ଲଢେଇ ହେଉଛି । ବିଜେପି, କଂଗ୍ରେସ ଓ ଅଜିତ ଯୋଗୀଙ୍କ ଜନତା କଂଗ୍ରେସ ଛତିଶଗଡ଼ ମଧ୍ୟରେ ଟକ୍କର ହେଉଛି । ଛତିଶଗଡ଼ ନିର୍ବାଚନରେ ଅଜିତ ଯୋଗୀ କିଙ୍ଗମେକର ହେବେ ବୋଲି ରାଜନୀତି ପଣ୍ଡିତମାନେ ଆକଳନ କରୁଛନ୍ତି । ଡିସେମ୍ବର ୧୧ ତାରିଖରେ ଭୋଟ ଗଣତି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.