କଠିନ ପରିଶ୍ରମର ବିକଳ୍ପ ନାହିଁ , ଦେଖାଇଦେଲେ କାଶ୍ମିରୀ ମହିଳା

ଇକରା ରସୁଲ ଯିଏ କ୍ରିକେଟରେ ବନାଉଛନ୍ତି ନିଜ କ୍ଯାରିୟର

ଭାରତରେ ଖେଳା ଯାଉଥିବା ସବୁଠାରୁ ଲୋକପ୍ରିୟ ଖେଳ ହେଉଛି କ୍ରିକେଟ। କିନ୍ତୁ ମହିଳାଙ୍କର ଏହି ଖେଳରେ ସଫଳତା ହାସଲ କରିବା କିଛି ସହଜ କଥା ନୁହଁ ,ତାହା ପୁଣି ଜଣେ କାଶ୍ମିରୀ ମହିଳାଙ୍କ ପାଇଁ। ଲୋକଙ୍କ ଏହି ଚିନ୍ତାଧାରାକୁ ବଦଳିବାକୁ ଯାଇ  କାଶ୍ମୀରର ବାରାମୁଲ୍ଲା ଅଞ୍ଚଳର ୧୯ ବର୍ଷିୟ ଇକରା ରସୁଲ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି। ସେପ୍ଟେମ୍ବର ୧, ୨୦୧୮ ମସିହାରେ ଆୟୋଜିତ ହୋଇଥିବା ୟୁଥ କି ଆୱାଜ ଇଭେଣ୍ଟରେ କ୍ରିକେଟର ଇକରା ରସୁଲ ନିଜର କ୍ରିକେଟ ଯାତ୍ରା ବିଷୟରେ କହିଥିଲେ।

iqra-

କ୍ରିକେଟ ପୂର୍ବରୁ ଖେଳୁଥିଲେ ଭଳିବଲ୍

ଇକରାଙ୍କର ଜନ୍ମ ଅଗଷ୍ଟ ୫ ୨୦୦୦ମସିହାରେ କାଶ୍ମୀରର ମଧ୍ୟବର୍ଗୀୟ ଘରେ ହୋଇଥିଲା। ସେ ୧୩ ବର୍ଷରେ ଥିଲେ ଯେତେବେଳେ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ଏହା ପୂର୍ବରୁ ସେ ଭଲିବଲ, ହ୍ଯାଣ୍ଡବଲ ଏବଂ ଖୋ-ଖୋ ଖେଳୁଥିଲେ। ଜମ୍ମୁ-କଶ୍ମୀର ମହିଳା କ୍ରିକେଟ ଟିମ୍ ପାଇଁ ଇକରା ୧୩ ବର୍ଷ ବୟସରେ ୧୬ ବର୍ଷରୁ କମ୍ ଏବଂ ୧୬ ବର୍ଷ ବୟସରେ ୧୯ବର୍ଷରୁ କମ ଦଳରେ ନିଜର ସ୍ଥାନ ପ୍ରସ୍ତୁତ କରିଥିଲେ। ସେ ତାଙ୍କର ତୀବ୍ର ବୋଲିଂ ପାଇଁ ସ୍ଥାନୀୟ ଅଞ୍ଚଳରେ ବେଶ ଲୋକପ୍ରିୟତା ହାସଲ କରିଥିଲେ।

iqra

ଇକରା ପାଇଁ କ୍ରିକେଟ ଖେଳିବା କିଛି ସହଜ କଥା ନଥିଲା। ଖାସ କରି କାଶ୍ମୀର ଭଳି ଅଞ୍ଚଳରେ କିଛି ଛୋଟ କଥା ନଥିଲା। ତାଙ୍କ ପାଖ-ଫଡ଼ୋଶୀ, ପରିବାର ଲୋକ, ବନ୍ଧୁବାନ୍ଧବ ତାଙ୍କୁ କ୍ରିକେଟ ଖେଳିବା ପାଇଁ ବହୁ ମନା କରିଥିଲେ କିନ୍ତୁ ସେ ହାର ମାନି ନଥିଲେ। ସେ କ୍ରିକେଟକୁ ନିଜର ଲକ୍ଷ ବନାଇ ଦେଶ ପାଇଁ କିଛି କରିବା ଆଶାରେ ଆଗକୁ ବଢ଼ିଥିଲେ।

Iqra-Rasool (1)

ଇକରା ୧୯ ବର୍ଷରୁ କମ୍ ଏବଂ ୨୩ ବର୍ଷରୁ କମ କ୍ରିକେଟରେ ଖେଳିଥିଲେ। ନିଜର ଉପଲବ୍ଧି ପାଇଁ ତାଙ୍କୁ ୨୦୧୭ ମସିହାରେ ଭାରତୀୟ ମହିଳା କ୍ରିକେଟର ଅଧିନାୟିକା ମିତାଲୀ ରାଜଙ୍କ ଦ୍ବାରା ହୋପ ଏମପାୱାର, ରାଇଜ୍ ପୁରସ୍କାରରେ ସମ୍ମାନିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.