Below header

ଚାନ୍ଦବାଲି : ଚାଷୀର ପିଛା ଛାଡୁନି ଦୁର୍ଦ୍ଦଶା, ଦାଉ ସାଧୁଛି ପାଣି ଅଭାବ ଏବଂ ଗୁଣ୍ଡିପୋକ

ଚାନ୍ଦବାଲି (କେନ୍ୟୁଜ୍) : ଚାଷୀ ଉପରେ ଦାଉ ସାଧୁଛି ପାଣି ଅଭାବ ଏବଂ ଗୁଣ୍ଡିପୋକ । ଅମଳ ସମୟରେ ଧାନ ଗଛରେ ଲାଗିଛି ଗୁଣ୍ଡିପୋକ । ଏହାସହ ଜଳସେଚନର ସୁବିଧା ନଥିବାରୁ ଚାଷଜମି ଫାଟି ଆଁ କରିଛି । ଫଳରେ ଅମଳକୁ ନେଇ ଚିନ୍ତାରେ ପଡ଼ିଛନ୍ତି  ଭଦ୍ରକ ଜିଲ୍ଲା ଚାନ୍ଦବାଲିର ଭୂଇଁବୃତ୍ତି ପଞ୍ଚାୟତର ଚାଷୀ । ଚାଷ ବଞ୍ଚାଇବାକୁ ପମ୍ପ ସାହାଯ୍ୟରେ ବିଲରେ ପାଣି ମଡାଉଛନ୍ତି ଚାଷୀ । ବ୍ଲକର ଅନେକ ପଞ୍ଚାୟତରେ ଏହିଭଳି ସମସ୍ୟା ଦେଖାଦେଇଛି । ଏହି ଅଂଚଳରେ ଚାଷ ପାଇଁ ଜଳସେଚନର ସୁବିଧା ହୋଇପାରିନଥିବା ଲୋକେ ଅଭିଯୋଗ କରିଛନ୍ତି । ଜଳସେଚନର ସୁବିଧା ପାଇଁ  ସ୍ଥାନୀୟ ନେତାଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଚାଷୀ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.