Below header

ଏହି ଯୋଗ ମୁଦ୍ରା ଦ୍ବାରା ଚୁଟକିରେ ଦୂର କରନ୍ତୁ ଥକାପଣ ଏବଂ ଦୁର୍ବଳତା

ପୃଥିବୀ ମୁଦ୍ରା

ଦରକାରରୁ କମ୍ ଓଜନ ହେବା କାରଣରୁ ମଧ୍ୟ ଅନେକ ରୋଗର ଆଶଙ୍କା ରହିଥାଏ ଯାହା ଦ୍ବାରା ଶରୀରର ପ୍ରତିରୋଧକ କ୍ଷମତା କମ୍ ହୋଇଯାଇଥାଏ। ପୃଥିବୀ ମୁଦ୍ରା ଦୁର୍ବଳ ଲୋକଙ୍କର ଓଜନ ବଢ଼ାଇଥାଏ। ଏହି ମୁଦ୍ରା ଶରୀରର ଭିଟାମିନର ଅଭାବକୁ ଦୂର କରିଥାଏ।

ବଢ଼ୁଥିବା ଛୁଆ, ମହିଳା ଏବଂ ଦୁର୍ବଳ ପାଚନ ଶକ୍ତିର ଲୋକମାନଙ୍କ ପାଇଁ ଏହି ମୁଦ୍ରା ଲାଭଦାୟକ ହୋଇଥାଏ।ଏହା ଦ୍ବାରା ଶରୀରର ଶକ୍ତି ବଢ଼ିଥାଏ, ଜୀବନ ଶକ୍ତିର ବିସ୍ତାର ହୋଇଥାଏ ଏବଂ ଚେହେରାରେ ଚମକ ଆସିଥାଏ।

prithvi mudraଏହି ମୁଦ୍ରାକୁ କରିବା ସମୟରେ ପଦ୍ମାସନରେ ବସି ନିଜର ମେରୁଦଣ୍ଡକୁ ସିଧା ରଖନ୍ତୁ ଏବଂ ଦୁଇଟି ହାତକୁ ଆଙ୍ଗୁଠି ଏବଂ ଅନାମିକାର ଅଗ୍ରଭାଗକୁ ମିଶାନ୍ତୁ।

ଏହା ସହ ପଢ଼ନ୍ତୁ : ଅପଣଙ୍କ ଗୋଡ଼ ଏବଂ ହାତ ମକଚି ଯାଇଛି କି ? ତେବେ ଆପଣଙ୍କ ଘରେ ରହିଛି ଏହି ଯନ୍ତ୍ରଣାର ଉପଶମ

ଶେଷ ଆଙ୍ଗୁଠିକୁ ସିଧା ରଖନ୍ତୁ। ପ୍ରତ୍ୟେକଦିନ ୧୦-୧୫ ମିନିଟ ସମୟ ପର୍ଯ୍ଯନ୍ତ କରି ଏହାର ଅବଦ୍ଧିକୁ ବଢ଼ାଇ ଚାଲନ୍ତୁ। ଯଦି ଆପଣଙ୍କୁ କଫ ସମସ୍ୟା ଥାଏ ତେବେ ଏହି ମୁଦ୍ରାକୁ ଅଧିକ ସମୟ ପର୍ଯ୍ଯନ୍ତ କରିବା ଉଚିତ ନୁହେଁ। ଏହାକୁ ଖାଲି ପେଟରେ ହିଁ କରନ୍ତୁ। 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.