କେନ୍ଦ୍ରାପଡା : ଧରମ ପୁଅର ଅଧର୍ମ କାଣ୍ଡ, ପାଟକୁରାରେ ଟ୍ରିପଲ ମର୍ଡର

କେନ୍ଦ୍ରାପଡା (କେନ୍ୟୁଜ୍): ଧରମ ପୁଅର ଅଧର୍ମ କାଣ୍ଡ। ଜମିଜମା ବିବାଦକୁ ନେଇ ଏକାସାଙ୍ଗରେ ତିନି ତିନିଟି ହତ୍ୟାକାଣ୍ଡ। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ମଧୁସୂଦନପୁର ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ପୁତୁରାର ଠେଙ୍ଗା ମାଡରେ ବଡବାପା ଓ ବଡବୋଉଙ୍କ ମୃତ୍ୟୁ ହୋଇଛି। ମୃତକମାନେ ବଡବାପା ଭୋଇ ଦାସ, ବଡବୋଉ ସରସ୍ୱତୀ ଦାସ ଓ ଭଉଣୀ ପ୍ରତିମା ଦାସ । ସୂଚନା ମୁତାବକ ଅଭିଯୁକ୍ତ ବିକ୍ରମ ଦାସଙ୍କୁ ଭୋଇ ଦାସ ଓ ସରସ୍ୱତୀ ଦାସ ପୁଅ କରି ନେିଥିଲେ।

murderଗତକାଲି ବିଳମ୍ବିତ ରାତିରେ ବିକ୍ରମ ଦାସ ନିଶାଗ୍ରସ୍ତ ହୋଇ ଜମିଜମା ବିବାଦକୁ ନେଇ ସମସ୍ତଙ୍କୁ ଆକ୍ରମଣ କରିଥିଲା। ପୁଅର ଠେଙ୍ଗା ମାଡରେ ମାଆ ମାଆ କେତକୀ ଦାସ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଛି। ଖବର ପାଇ ପାଟକୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.