Below header

ଭୀମସାର ବିବାଦ ପ୍ରସଙ୍ଗ : ନିଜ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ ନିର୍ଦ୍ଦେଶକ

ସମ୍ବଲପୁର (କେନ୍ୟୁଜ୍) : ଭୀମସାର ବିବାଦ ପ୍ରସଙ୍ଗରେ ନୂଆମୋଡ । ନିଜ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜହାରି ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି । ଭୀମସାର ଜୁନିଅର ଡାକ୍ତର ସଂଘ ଆନ୍ଦୋଳନ ଜାରି ରଖିଛନ୍ତି । ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସେବାକୁ ଜୁନିଅର୍ ଡାକ୍ତର ବର୍ଜନ କରିଛନ୍ତି । ନିର୍ଦ୍ଦେଶକଙ୍କ ବଦଳି ସହ ୧୨ ଦଫା ଦାବିରେ ସଂଘ ଆନ୍ଦୋଳନ କରୁଛି । ଦାବି ପୂରଣ ପାଇଁ ୪୮ ଘଣ୍ଟାର ମହଲତ ଦେଇଛି ସଂଘ । ନହେଲେ ସବୁ ସେବା ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦେଇଛି ସଂଘ । ପୂର୍ବରୁ ଦାବି ପୂରଣ ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲା ଜୁନିଅର ଡାକ୍ତର ସଂଘ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.