ଇପିଏଫଓ କରିବ ଆପଣଙ୍କ ସ୍ବପ୍ନର ଘର ପୂରା, ଘୋଷଣା ହେଲା ନୂଆ ସ୍କିମ୍  

ସମସ୍ତଙ୍କର ନିଜର ଘର ନିର୍ମାଣ କରିବା ନେଇ ସ୍ୱପ୍ନ ରହିଥାଏ। କିନ୍ତୁ ବାସ୍ତବରେ  ଏହା ସମସ୍ତଙ୍କ ପାଇଁ  ସମ୍ବଭପର ହୋଇନଥାଏ । କାରଣ ସ୍ୱପ୍ନର ଘର ଖଣ୍ଡେ କରିବା ପାଇଁ ଆମ ପାଇଁ ଅର୍ଥ ସାଜିଥାଏ ବାଧକ । କ’ଣ ଆପଣଙ୍କର ଏଭଳି କିଛି ସମସ୍ୟା ଅଛି, ତେବେ ଆପଣଙ୍କ ସମସ୍ୟାର  ସମାଧାନ କରିବ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ।

insurance-

ଆଜ୍ଞା ହଁ, କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ତାଙ୍କ ଗ୍ରାହକଙ୍କ ନିଜସ୍ବ ଘର ନିର୍ମାଣ ସ୍ୱପ୍ନକୁ ସାକାର କରିବା ନେଇ କରିଛି ଏକ ବଡ଼ ଘୋଷଣା । ଇପିଏଫ ଓ  ତାଙ୍କର ଧାରକ ମାନଙ୍କୁ ଘର କରିବା ପାଇଁ ସୁବିଦା ଯୋଗାଇବ।

ଏନବିଟି ରିପୋର୍ଟ ଅନୁସାରେ, ହାଉସିଂ ସ୍କିମ  ଯୋଜନା  ଡ଼ିସେମ୍ବର  ମାସ ଅଥବା 2019 ନିର୍ବାଚନ ପୂର୍ବରୁ  ଆରମ୍ଭ  ହୋଇପାରେ । ଏନେଇ ଇପିଏଫ ନିଜ ଗ୍ରାହକମାନଙ୍କ  ପାଇଁ କିଛି ଯୋଜନା ପ୍ରସ୍ତୁତ କରିଛି। ଯେଉଁଥିରେ ସେ ନ୍ୟାସନାଲ  ହାଉସିଂ  ଆସୋସିଏସନ   ମାଧ୍ୟମରେ ଗ୍ରାହକଙ୍କୁ ଘର ଆବଣ୍ଟନ  କରିବ।

house

ଆସନ୍ତୁ ଜାଣିବା କ’ଣ ରହିଛି  ସର୍ତ୍ତ 

-ଏହି ଯୋଜନାର ସେହି ଉପଭୋକ୍ତା ଲାଭ ଉଠାଇ ପାରିବେ ଯାହାଙ୍କର ନିଜସ୍ଵ ଗୃହ ରହିନଥିବ।

-ଏନେଇ ଗ୍ରାହକ ନିଜ ଅଞ୍ଚଳର ଇପିଏଫଓ କମିଶନରଙ୍କ ପାଖରେ ଆବେଦନ କରିବେ।

-କେଉଁ  ରାଜ୍ୟରେ ଘର କରିବେ ତାହାର ବିବରଣୀ  ପ୍ରଦାନ  କରିବେ।

-ଗ୍ରାହକ ମାନେ ଇପିଏଫଓଙ୍କ ଠାରୁ ଋଣ  ମଧ୍ୟ ନେଇପାରିବେ ।

-ଇପିଏଫର ସଦସ୍ୟଙ୍କ ଖାତା  କମ ସେ କମ୍  ତିନି ବର୍ଷ ପୁରୁଣା ହୋଇଥିବ ଦରକାର।

 

Leave A Reply

Your email address will not be published.