କନ୍ଧମାଳ : ମନମୁଖୀ ଶାସନକୁ ବିରୋଧ,ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଓ୍ଵାର୍ଡ ମେମ୍ବର

କନ୍ଧମାଳ (କେନ୍ୟୁଜ୍) : ସରପଞ୍ଚ ଓ ଭିଏଲଡବ୍ଳ୍ୟୁଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ୯ଜଣ ଓ୍ଵାର୍ଡ ମେମ୍ବର । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଳ୍ଲା କ.ନୂଆଗାଁ ବ୍ଳକ ମହାସିଂହି ପଞ୍ଚାୟତରେ । ପ୍ରତି ମାସରେ ପଞ୍ଚାୟତ କାର୍ଯ୍ୟାଳୟରେ ଦୁଇ ଥର ବୈଠକ ହେବାକୁ ନିଷ୍ପତ୍ତି ନିଆଯାଇଛି । ହେଲେ କୌଣସି ବୈଠକରେ ସରପଞ୍ଚ ଓ ଭିଏଲଡବ୍ଳ୍ୟୁ ଯୋଗ ଦେଉନାହାନ୍ତି । ଫଳରେ ବିଭିନ୍ନ ଓ୍ଵାର୍ଡରେ ଲାଗି ରହିଥିବା ସମସ୍ୟା ନେଇ ଓ୍ଵାର୍ଡ ମେମ୍ବରମାନେ ଆଲୋଚନା କରିବାରେ ବିଫଳ ହେଉଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆନଯିବାରୁ ବାଧ୍ୟ ହୋଇ ପଞ୍ଚାୟତ କାର୍ଯ୍ୟାଳୟରେ ଓ୍ଵାର୍ଡମେମ୍ବରମାନେ ତାଲା ପକାଇଛନ୍ତି।

 

Leave A Reply

Your email address will not be published.