Below header

ଆନ୍ତର୍ଜାତିକ ଓଡିଶୀ ନୃତ୍ୟ ଶିଳ୍ପୀ ଡ. ଶ୍ରୀନିବାସ ଘଟୁଆରୀଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ

ଭୁବନେଶ୍ବର(କେନ୍ଯୁଜ୍): ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ନୃତ୍ୟରେ ନୂତନ ଗବେଷଣା ପାଇଁ ସମ୍ମାନଜନକ ଡକ୍ଟରେଟ ପ୍ରଦାନ । ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଓଡିଶୀ ନୃତ୍ୟ ଶିଳ୍ପୀ ତଥା ସ୍ୱନାମଧନ୍ୟ ମଞ୍ଚ ସଂଯୋଜକ ଡ. ଶ୍ରୀନିବାସ ଘଟୁଆରୀଙ୍କୁ ଦିଲ୍ଲୀ ସରକାରୀ ବିଶ୍ୱବିଦ୍ୟାଳୟ ଏପିସ ତରଫରୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି ।

ଏହା ପୂର୍ବରୁ ନିଜର ଗବେଷଣା ପାଇଁ ଡ. ଘଟୁଆରୀ ବାଙ୍ଗାଲୋର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ପିଏଚଡି, କେନ୍ଦ୍ରୀୟ ଆମେରିକା ବିଶ୍ୱବିଦ୍ୟାଳୟରୁ ଡି.ଲିଟ ଏବଂ ଆଫଟୋଗା ସିଭିୟୁ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ଡିଗ୍ରୀ ଲାଭ କରିଥିଲେ । ଦେଶର ପ୍ରଥମ ଶିଳ୍ପୀ ଭାବରେ ସେ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଏହି ଉତ୍ସବରେ କୁଳପତି ଡ. ଅଞ୍ଜୁ ଭଣ୍ଡାରେ, କୁଳସଚିବ ଡ. କେ.ଡ଼ି ଆର୍ଯ୍ୟା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ସଫଳତା ଲାଗି ଡ. ଶ୍ରୀନିବାସ ଘଟୁଆରୀ ତାଙ୍କ ବାପାମାଆ, ଗୁରୁଜନ ଏବଂ ତାଙ୍କ ପାଠ ଗୁରୁ ତଥା କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.