ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ୍‌ PSO ନିଖୋଜ ! ପୋଲିସର ତନାଘନା ଆରମ୍ଭ

ବ୍ରହ୍ମଗିରି(କେନ୍ଯୁଜ୍): ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ୍‌ PSO ନିଖୋଜ ଅଭିଯୋଗ । ଏ ନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ପୁରୀ ସଦରଥାନା ପୋଲିସ ଆରମ୍ଭ କରିଛି । ତେବେ ନିଖୋଜ ଥିବା ଯୁବକଙ୍କୁ ହତ୍ୟା କରାଯାଇଛି କି ତାଙ୍କୁ ଅପହରଣ କରାଯାଇଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ଅତରିକ୍ତ ଏସପି ସୂଚନା ଦେଇଛନ୍ତି ।

ନିଖୋଜ ଯୁବକ ହେଉଛନ୍ତି ବ୍ରହ୍ମଗିରି ବ୍ଲକ୍‌ ସାନବନ୍ଧକେରା ଗାଁର ୨୨ ବର୍ଷୀୟ ଚିତ୍ତରଞ୍ଜନ ପଲେଇ । ପୋଲିସ କହିବା ଅନୁଯାୟୀ ନିଖୋଜ ଚିତ୍ତରଞ୍ଜନ ଶନିବାର ତାଙ୍କର କିଛି ବନ୍ଧୁଙ୍କ ସହ ଭୋଜି କରିବାକୁ ଯିବାପରେ, ଆଉ ଘରକୁ ଫେରିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ସଦର ଗଡମୃଗଶିରା ବ୍ରିଜ୍‌ ନିକଟରେ ରକ୍ତଛିଟା ପଡିଥିବା ବେଳେ ଜୋତା,ମୋବାଇଲ ଇତ୍ୟାଦି ପୋଲିସ ଜବତ କରିଛି ।

ତେଣୁ ଏସବୁ ଘଟଣାକୁ ଦେଖିଲେ ଚିତ୍ତରଞ୍ଜନକୁ ହତ୍ୟା କରାଯାଇଥିବା କିମ୍ବା ତାଙ୍କୁ ପାଣିରେ ବୁଡାଇ ଦିଆଯାଇଥିବା ପୋଲିସ ସନ୍ଦେହ କରୁଛି। ଏବେ ଚିତ୍ତରଞ୍ଜନର ଖବର ଜାଣିବା ପାଇଁ ସଦରଥାନା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ, ଆଜି ସକାଳେ ସାଇଣ୍ଟିଫିକ୍‌ ଦଳରେ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିବ ବୋଲି ପୋଲିସ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.