Below header

ଆଦିବାସୀ ମହିଳାଙ୍କୁ ଚିତ୍ରକୋଣ୍ଡା ଏସ୍‌ଡିପିଓଙ୍କ ମାଡ଼ ଘଟଣା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭା ଶୂନ୍ୟକାଳରେ ଉଠିଲା ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ଵିବେଦୀଙ୍କ ମାଡ଼ମରା ପ୍ରସଙ୍ଗ। ଜୁନ ୭ତାରିଖରେ ମାଲକାନଗିରି ଆରଇସି ୧୩ ନମ୍ବର ଗାଁରେ ଫୋର୍ସ ଧରି ପଶିଥିଲେ ଅଂଶୁମାନ ଦ୍ୱିବେଦୀ। ମହିଳା ଅଧିକାରୀଙ୍କୁ ସାଥିରେ ନନେଇ ଗାଁରେ ପଶି ଗର୍ଭବତୀ ମହିଳା, ବୃଦ୍ଧା ଓ ନାବାଳିକାଙ୍କୁ ମାଡ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ଓ ବିଜେପି ସଦସ୍ୟ।

ଏ ସଂକ୍ରାନ୍ତୀୟ ଫଟୋ ମଧ୍ୟ ଗୃହରେ ପ୍ରଦର୍ଶନ କରିଛନ୍ତି। ମାଲକାନଗିରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲେ ବି କୌଣସି ପଦକ୍ଷେପ ନେଇ ନାହାନ୍ତି। ଡାକ୍ତରଙ୍କୁ ଚାପ ପକାଇ ମିଥ୍ୟା ରିପୋର୍ଟ ଆଣିଛନ୍ତି। ତୁରନ୍ତ ଏସଡିପିଓଙ୍କୁ ନିଲମ୍ବନ କରିବା ପାଇଁ ଦାବି ହୋଇଛି। କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ସହ ଗୃହକମିଟି ଗଠନ କରି ଘଟଣାସ୍ଥଳ ପରିଦର୍ଶନ କରିବା ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଏହା ସହ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି। ବାଚସ୍ପତିଙ୍କ ରୁଲିଂ ଦାବିରେ କଂଗ୍ରେସ ବି ଗୃହ ମଧ୍ୟଭାଗରେ ହଟଗୋଳ କରିଥିଲା। ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ପ୍ରଥମେ ୧୦ମିନିଟ ଓ ପରେ ଅପରାହ୍‌ଣ ୪ଟା ଯାଏ ମୁଲତବୀ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.