Below header

ଜିଏସଟି ମାମଲା ରଫାଦଫା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦେବା ଓ ନେବା ପଡ଼ିଲା ମହଙ୍ଗା: ଆଉ ୩ଜଣଙ୍କ ନାଁରେ ଏତଲା ଦେଇଛି ସିବିଆଇ

ଭୁବନେଶ୍ବର: ଜିଏସଟି ମାମଲା ରଫାଦଫା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦେବା ଓ ନେବା ପଡ଼ିଲା ମହଙ୍ଗା । ଆଉ ତିନି ଜଣଙ୍କ ନାଁରେ ଏତଲା ଦେଇଛି ସିବିଆଇ । ସେଞ୍ଚୁରିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ନାଁରେ ମାମଲା ହୋଇଛି । ଏହା ସହ ସେଞ୍ଚୁରିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଅନ୍ୟ ଅଧିକାରୀ ଓ ଜିଏସ୍‌ଟି ଆଣ୍ଡ ସେଣ୍ଟ୍ରାଲ ଏକ୍‌ସାଇଜ୍‌ର ଅନ୍ୟ ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ମୋଟ୍‌ ୫ ଜଣଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଛି ।

ପୂର୍ବରୁ ଜିଏସ୍‌ଟି ଆଣ୍ଡ ସେଣ୍ଟ୍ରାଲ ଏକ୍‌ସାଇଜ୍‌ ଭୁବନେଶ୍ୱର ସର୍କଲର ସୁପରିଟେଣ୍ଡେଣ୍ଟ ଆର୍ତ୍ତ ଭଞ୍ଜନ କର ଓ ସେଞ୍ଚୁରିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଆକାଉଣ୍ଟାଣ୍ଟ ଆଶୁତୋଷ ପାଢ଼ୀଙ୍କ ନାଁରେ ମାମଲା ରୁଜୁ କରି ଗିରଫ କରିଛି ସିବିଆଇ । ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଜିଏସ୍‌ଟି ଠକେଇ ମାମଲାରେ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.