Below header

କଟକରୁ ସିନ୍ଥେଟିକ୍‌ ପନିର୍‌ ଜବତ ଘଟଣା: ବ୍ୟବସାୟୀ ଶୁକଦେବ ସାହୁକୁ ଗିରଫ କଲା ଚାଉଳିଆଗଞ୍ଜ ପୋଲିସ୍

କଟକ: କ୍ୱିଣ୍ଟାଲ ସିନ୍ଥେଟିକ୍‌ ପନିର୍‌ ଜବତ ଘଟଣାରେ ଜଣେ ଗିରଫ। ବ୍ୟବସାୟୀ ଶୁକଦେବ ସାହୁକୁ ଗିରଫ କଲା ଚାଉଳିଆଗଞ୍ଜ ଥାନା ପୋଲିସ। ଧାରା ୨୭୨,୨୭୩,୪୨୦,୩୪ IPC ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଫୁଡ଼ ସେଫଟି ଆଣ୍ଡ ଷ୍ଟାଣ୍ଡର୍ଡସ ଆକ୍ଟର ଧାରା ୫୧,୫୨,୫୩,୫୯ ଅନୁଯାୟୀ ମଧ୍ୟ ମାମଲା ରୁଜୁ ହୋଇଛି।

ଗତକାଲି OMP ଛକ ନିକଟରୁ ପ୍ରାୟ ୧ କ୍ୱିଣ୍ଟାଲ ନକଲି ପନିର ଜବତ କରିଥିଲା ଚାଉଳିଆଗଞ୍ଜ ଥାନା ପୋଲିସ । କୋଲକାତାରୁ ଆସୁଥିଲା ସିନ୍ଥେଟିକ୍‌ ପନିର୍‌। ତେବେ କେତେ ଦିନ ଧରି ଏଭଳି ପନିର ବଜାରକୁ ଛଡ଼ା ଯାଉଥିଲା ଓ ଏଥିରେ କାହାର ସଂପୃକ୍ତି ରହିଛି ସେ ନେଇ ତଦନ୍ତ ଜାରିରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.