ଦିଲ୍ଲୀ ପୋଲିସକୁ ବଡ଼ ସଫଳତା: ଖଲିସ୍ତାନ ଆତଙ୍କବାଦୀ ସୁଖମିତ ପାଲ ସିଂହ ଓରଫ୍‌ ବିକ୍ରିଓ୍ଵାଲ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସକୁ ବଡ଼ ସଫଳତା । ଖଲିସ୍ତାନ ଆତଙ୍କବାଦୀ ସୁଖମିତ ପାଲ ସିଂହ ଓରଫ୍‌ ବିକ୍ରିଓ୍ଵାଲ ଗିରଫ । ତାକୁ ଦୁବାଇରୁ ଗିରଫ କରାଯାଇଛି । ସେ ହେଉଛି ପଞ୍ଜାବର ମୋଷ୍ଟ ଓ୍ଵାଣ୍ଟେଡ୍‌ ଆତଙ୍କବାଦୀ । ଆଜି ତାକୁ ଦୁବାଇରୁ ଭାରତ ଅଣାଯିବ ।

ବିକ୍ରିଓ୍ଵାଲ ଆଇଏସ୍‌ଆଇ ପାଇଁ କାମ କରୁଥିଲା । କିଛି ଦିନ ହେବ ପଞ୍ଜାବରେ ହେଉଥିବା ଟାର୍ଗେଟ୍‌ କିଲିଂ ନେଇ ଗୁଇନ୍ଦା ବିଭାଗ ଯାଞ୍ଚ ଆରମ୍ଭ କରିଥିଲା । ଏଥିରେ ଆଇଏସ୍‌ଆଇ ଓ ଖଲିସ୍ତାନ ଆତଙ୍କବାଦୀ ମିଳିତ ଭାବେ ସାମିଲ ଥିବା ଘଟଣା ସାମ୍ନାକୁ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.