ଅଧା ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ , ପ୍ରସୂତିଙ୍କୁ କାନ୍ଧରେ ବୋହି ୪ କିଲୋମିଟର ଚାଲିଲେ ଗାଁର ମହିଳାମାନେ

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ବିଜାଘାଟି ପଂଚାୟତର ତଳଗଡ଼ତି ଗାଁରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣା ମୁତାବକ, ପ୍ରସୂତିଙ୍କୁ ନେବା ପାଇଁ ଆସିଥିବା ଆମ୍ବୁଲାନ୍ସ  ଭଲରାସ୍ତା ନଥିବାରୁ ୪ କିଲୋମିଟର ଦୂର ଦାମନଯୋଡ଼ି ସାଉଥ ବ୍ଳକ ନିକଟରେ ଅଟକି ଯାଇଥିଲା।

ଗୋଟିଏ ପଟେ ପ୍ରସୂତିଙ୍କ ଯନ୍ତ୍ରଣା ଆଉ ଅନ୍ୟ ପଟେ ଆମ୍ବୁଲାନ୍ସ ଅଟକି ଯିବା ପରେ କିଛି ବୁଦ୍ଧି ପସିନଥିଲା । ଶେଷରେ ଗାଁର କିଛି ମହିଳା ପ୍ରସୂତିଙ୍କ ଯନ୍ତ୍ରଣା ଦେଖି ପାରିନଥିଲେ । ଆଉ ସମସ୍ତେ ମିଶି ଗର୍ଭବତୀ ଜଣଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ଆଣିଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସରେ ନିଆଯାଇ ମାଥଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.