ହଷ୍ଟେଲ ଛାତରୁ ପଡ଼ି ITI ଛାତ୍ରଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଛାତରୁ ପଡ଼ି ଛାତ୍ର ମୃତ । ହଷ୍ଟେଲ ଛାତରୁ ପଡ଼ି ITI ଫିଟର ଟ୍ରେଡର ପ୍ରଥମ ବର୍ଷ ଛାତ୍ର ମୃତ । ରାଉରକେଲା ଜଗଦା ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନରେ ଅଘଟଣ।

ରାଉରକେଲା (କେନ୍ୟୁଜ): ଛାତରୁ ପଡ଼ି ଛାତ୍ର ମୃତ । ହଷ୍ଟେଲ ଛାତରୁ ପଡ଼ି ITI ଫିଟର ଟ୍ରେଡର ପ୍ରଥମ ବର୍ଷ ଛାତ୍ର ମୃତ । ରାଉରକେଲା ଜଗଦା ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନରେ ଅଘଟଣ। ମୃତ ଛାତ୍ର ଜଣକ ହାତୀବାରୀ ବଂଶଯୋର ଗାଁର ଅତୁଲାନ ଜୋଜୋ । କେଉଁ ପରିସ୍ଥିତିରେ ଅତୁଲାନ୍ ଛାତରୁ ଖସିପଡ଼ିଲେ, କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଝିରପାଣି ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।