କ୍ରିକେଟ ଜଗତକୁ ଝଟକା, ହାର୍ଟଆଟାକରେ ଚାଲିଗଲା ସାଉଥ ଆଫ୍ରିକା ଖେଳାଳିଙ୍କ ଜୀବନ

ସାଉଥ ଆଫ୍ରିକାର ଜଣାଶୁଣା ଖେଳାଳି ମାଇକ ପ୍ରକ୍ଟରଙ୍କ ପରଲୋକ ହୋଇଛି । ତେବେ ହାର୍ଟଆଟାକ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା ।

କ୍ରିକେଟ ଜଗତରୁ ପୁଣି ଏକ ଦୁଃଖଦ ଖବର । ସାଉଥ ଆଫ୍ରିକାର ଜଣାଶୁଣା ଖେଳାଳି ମାଇକ ପ୍ରକ୍ଟରଙ୍କ ପରଲୋକ ହୋଇଛି । ତେବେ ହାର୍ଟଆଟାକ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଖବର ମୁତାବକ, ମାଇକ ପ୍ରକ୍ଟର ଦକ୍ଷିଣ ଆଫ୍ରିକାର ଡର୍ବାନରେ ଥିବା ତାଙ୍କ ଘର ନିକଟସ୍ଥ ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶନିବାର ବିଳମ୍ବିତ ରାତିରେ ପ୍ରକ୍ଟରଙ୍କ ପତ୍ନୀ କହିଥିଲେ ଯେ, ତାଙ୍କୁ ଏକ ଅସ୍ତ୍ରୋପଚାର କରାଯାଇଥିଲା, ଯେଉଁଥିପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଫଳରେ ତାଙ୍କୁ ହାର୍ଟଆଟାକ ହୋଇଥିଲା ।

୧୯୭୦ ଏବଂ ୧୯୮୦ ରେ ଦକ୍ଷିଣ ଆଫ୍ରିକା କ୍ରୀଡା ପ୍ରତି ଅବହେଳା ଯୋଗୁଁ ମାଇକଙ୍କ କ୍ୟାରିଅର କମ୍‌ ରହିଥିଲା । ସେ ଦକ୍ଷିଣ ଆଫ୍ରିକା ପାଇଁ ମାତ୍ର ୭ ଟି ମ୍ୟାଚ୍ ଖେଳିଥିଲେ । ଯାହାକି ୧୯୬୬–୬୭ ଏବଂ ୧୯୬୯ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିଲା । ଏହି ସମୟରେ ୪୧ ୱିକେଟ୍ ନେଇଥିଲେ । ମାଇକଙ୍କ କୋଚ ସମୟରେ ସାଉଥ ଆଫ୍ରିକା ଟିମ୍‌ ୧୯୯୨ରେ ବିଶ୍ୱକପ ସେମିଫାଇନାଲରେ ପହଞ୍ଚିଥିଲା ।

ମାଇକ ୨୦୦୨ରୁ ୨୦୦୮ ମଧ୍ୟରେ ଆଇସିସି ମ୍ୟାଚ ରେଫରୀ ଭାବେ କାମ କରିଥିଲେ । ଏହାସହିତ ପୂର୍ବରୁ ସାଉଥ ଆଫ୍ରିକା ଟିମର ହେଡ କୋଚ ମଧ୍ୟ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.