ସାଉଥ ଇଷ୍ଟର୍ଣ୍ଣ କୋଲଫିଲ୍ଡସ ଲିମିଟେଡରେ ଭର୍ତ୍ତି ସୁଯୋଗ, ଇଂଜିନିୟରିଂ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ସାଉଥ ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡରେ ଅନେକ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଡକ୍ୟୁମେଣ୍ଟ ଭେରିଫିକେସନ ମାର୍ଚ୍ଚ ୧୫ ତାରିଖରେ ହେବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ secl-sil.in କୁ ଯାଇ ଅନଲାଇନ ଆବେଦନ କରିପାରିବେ ।

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ସାଉଥ ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡରେ ଅନେକ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ secl-sil.in କୁ ଯାଇ ଅନଲାଇନ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୪୨୫

ଗ୍ରାଜୁଏଟ ଅପାରଣ୍ଟିସ : ୩୫୦
ଟେକ୍ନିସିଆନ ଅପାରଣ୍ଟିସ : ୧୦୭୫

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୭ ଫେବୃଆରୀ ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଗ୍ରାଜୁଏଟ ଟ୍ରେନି ପାଇଁ ୪ ବର୍ଷର ଡିଗ୍ରୀ ସହିତ ଟେକ୍ନିସିଆନ ଟ୍ରେନି ପାଇଁ ଇଂଜିନିୟରିଂରେ ଡିପ୍ଲୋମା କରିଥିବା ଜରୁରୀ ।

ଚୟନ ପ୍ରକ୍ରିୟା : ଇଂଜିନିୟରିଂ/ଡିପ୍ଲୋମା ସର୍ଟଲିଷ୍ଟିଂ ଆଧରରେ ହେବ । ପ୍ରାର୍ଥୀଙ୍କ ଚୟନ ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ମେଡିକାଲ ଟେଷ୍ଟରେ ଫିଟ୍‌ ମିଳିବା ପରେ ଟ୍ରେନିଂ ପାଇଁ ଅନୁମତି ମିଳିବ ।
ଡକ୍ୟୁମେଣ୍ଟ ଭେରିଫିକେସନ ମାର୍ଚ୍ଚ ୧୫ ତାରିଖରେ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.