ପର୍ଯ୍ୟଟକଙ୍କ ଆଗମନକୁ ଚାହିଁ ରହିଛି ଅସ୍ତରଙ୍ଗର ଗଙ୍ଗାଦେବୀ ମାଙ୍ଗରୋଭ ରିଟ୍ରୀଟ

ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟସରକାର ଅନେକ ଯୋଜନା ହାତକୁ ନେଇଛନ୍ତି । ରାଜ୍ୟର ଅନେକ ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରିବା ପାଇଁ ପର୍ଯ୍ୟଟନ ବିଭାଗ ଅନେକ କାର୍ଯ୍ୟ ଆରମ୍ଭ କରିଛନ୍ତି । ପୁରୀଜିଲ୍ଲା ହେଉଛି ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରମୁଖ ପର୍ଯଟନ କ୍ଷେତ୍ର । ସେଥିମଧ୍ୟରୁ ଅସ୍ତରଙ୍ଗର ଜାହାନିଆ ଏବଂ ଗଙ୍ଗାଦେବୀ ପୀଠ ଅନ୍ୟତମ ।

ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟସରକାର ଅନେକ ଯୋଜନା ହାତକୁ ନେଇଛନ୍ତି । ରାଜ୍ୟର ଅନେକ ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରିବା ପାଇଁ ପର୍ଯ୍ୟଟନ ବିଭାଗ ଅନେକ କାର୍ଯ୍ୟ ଆରମ୍ଭ କରିଛନ୍ତି । ପୁରୀଜିଲ୍ଲା ହେଉଛି ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରମୁଖ ପର୍ଯଟନ କ୍ଷେତ୍ର । ସେଥିମଧ୍ୟରୁ ଅସ୍ତରଙ୍ଗର ଜାହାନିଆ ଏବଂ ଗଙ୍ଗାଦେବୀ ପୀଠ ଅନ୍ୟତମ । ଅସ୍ତରଙ୍ଗ ଅଞ୍ଚଳର ଏହି ଦୁଇଟି ପର୍ଯଟନ କ୍ଷେତ୍ର ପ୍ରକୃତିର ଅନନ୍ୟ ଉପହାର । ଗଙ୍ଗାଦେବୀ ପର୍ଯ୍ୟଟନ କ୍ଷେତ୍ରଟି ସମ୍ପୂର୍ଣ୍ଣ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ଏଠାରେ ବିସ୍ତୀର୍ଣ୍ଣ ଲୁଣା ଜଙ୍ଗଲ ସହିତ ଦେବୀନଦୀ ମୁହାଣ ଏବଂ ସେଠାରେ ରହିଥିବା ନାଲି କଙ୍କଡାର ମନୋରମ ଦୃଶ୍ୟ ଏବଂ ଲୁଣା ଜଙ୍ଗଲରେ ବିଦେଶାଗତ ପକ୍ଷୀ ମାନଙ୍କର ଅବସ୍ଥିତି ବେଶ ମନମୁଗ୍ଧକର ।

ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପର୍ଯଟକଙ୍କୁ ଟାଣିଆଣିଥାଏ । ଏହାକୁ ନଜରରେ ରଖି ବନବିଭାଗ ପକ୍ଷରୁ ଏଠାରେ ସାଢେ ତିନି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ମାଙ୍ଗରୋଭ ରିଟ୍ରିଟ (mangrov retreat) । ବନବିଭାଗ ପକ୍ଷରୁ କରାଯାଇଥିବା ଏହି ପ୍ରାକୃତିକ ନିବାଶସ୍ଥଳୀରେ ୧୦ଟି କଟେଜ ନିର୍ମାଣ କରାଯାଇଛି,ଏଥିରେ ୨୦ ରୁ ୩୦ ଜଣ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ରହିବାର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଏହି କଟେଜ ଗୁଡିକ ଅଲିଭ ରିଡଲେ ସାମୁଦ୍ରିକ କଇଁଛ ଆକୃତିର ନିର୍ମାଣ କରାଯାଇଛି ।

ପୂର୍ବରୁ ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ଅବବାହିକା ଅଞ୍ଚଳରେ ଅଲିଭ ରିଡ଼ିଲି କଇଁଛ ମାନଙ୍କ ସାମୁହିକ ଅଣ୍ଡାଦାନର କେନ୍ଦ୍ରସ୍ଥଳ ରହିଥିଲା । ଏହି ବିରଳ ସାମୁଦ୍ରିକ ଜୀବମାନଙ୍କ ବଂଶ ଦିନକୁ ଦିନ ହ୍ରାସପାଇ ଚାଲୁଥିବା ବେଳେ ସରକାର ଏମାନଙ୍କ ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଏହି ବିରଳ ଜୀବମାନଙ୍କ ସଚେତନାକୁ ଆଖି ଆଗରେ ରଖି ଅଲିଭରିଡ଼ିଲି କଇଁଛ ଆକୃତିର କଟେଜ ମାନ ନିର୍ମାଣ କରାଯାଇଥିବା ପୁରୀଜିଲ୍ଲା ବନ୍ୟପ୍ରାଣୀ ଅଧିକାରୀ କହିଛନ୍ତି । ଓଡ଼ିଶାରେ ଅନେକ ଇକୋ ରିଟ୍ରିଟ କରାଯାଉଥିବା ବେଳେ ଅସ୍ତରଙ୍ଗର ଏହି mangrove ରିଟ୍ରୀଟ ଭଳି କଟେଜ କେଉଁଠାରେ ନିର୍ମାଣ କରାଯାଇ ନାହିଁ । ଏହା ନିର୍ମାଣ ହେବା ପରେ ଅସ୍ତରଙ୍ଗ ଗଙ୍ଗାଦେବୀ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବା ସହିତ ଏଠାକୁ ଅନେକ ପର୍ଯ୍ୟଟକଙ୍କ ଭିଡ ଲାଗିବ ବୋଲି ସ୍ତାନୀୟ ଲୋକମାନେ ଆଶା କରିଛନ୍ତି ।

ଗଙ୍ଗାଦେବୀ ପୀଠଠାରେ ବନବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା mangrove ରିଟ୍ରୀଟ ସ୍ତାନୀୟ ଅଞ୍ଚଳପାଇଁ ଏକ ପର୍ଯ୍ୟଟନ ଭିତ୍ତିଭୂମିର ଅନନ୍ୟ ପରିଚୟ ସୃଷ୍ଟି କରିବ । ଏହି ରିଟ୍ରୀଟ ଭିତରେ ସୁନ୍ଦର କଟେଜ ସାଙ୍ଗକୁ ସବୁଜିମା ପରିବେଶ ଏବଂ ଆଧୁନିକ ଚାକଚକ୍ୟ ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଜଙ୍ଗଲ ମଧ୍ୟରେ ଏହି ରିଟ୍ରୀଟର କଟେଜ ଗୁଡିକ ନୂତନ ଜ୍ଞାନକୌଶଳରେ ନିର୍ମାଣ କରାଯାଇଥିବା ସହିତ, ଏହାର ବେଡ, ଡାଇନିଂ, ସିତତାପ ନୀୟନ୍ତ୍ରିତ କୋଠରି ମଧ୍ୟରେ ସମସ୍ତ ଉଚ୍ଚକୋଟିର ସେବା ମିଳିବାର ବ୍ୟବସ୍ଥା ରଖାଯାଇଛି ।

ଏଠାକୁ ଆସିବା ପାଇଁ ପର୍ଯ୍ୟଟକମାନଙ୍କୁ ଅନଲାଇନ ଯୋଗେ ପଞ୍ଜୀକୃତ କରିବା ସହ ଉପଯୁକ୍ତ ମୂଲ୍ୟ ଦେଇ ରହିପାରିବେ । ଏହା ସହିତ ସେମାନଙ୍କୁ ଖାଇବା, ରହିବା ଏବଂ ଦେବୀନଦୀ ମଧ୍ୟରେ ବୋଟିଙ୍ଗର ବ୍ୟବସ୍ଥା ରହିଛି । ପର୍ଯ୍ୟଟକମାନେ ଏଠାରେ mangrove ଜଙ୍ଗଲ ବା ହେନ୍ତାଳ ବଣ, ନାଲିକଙ୍କଡା ,ବିଦେଶାଗତ ପକ୍ଷୀ, ସମୁଦ୍ର କୂଳ ଭଳି ପ୍ରାକୃତିକ ଚିତ୍ର ସବୁ ଦେଖିବାକୁ ମିଳିବ । mangrove ରିଟ୍ରୀଟର ରାତ୍ରିକାଳୀନ ଚିତ୍ର ବେଶ ମନଲୋଭା ଦେଖାଯାଉଛି । କଟେଜ ଗୁଡିକରେ ରାତ୍ରିର ଆଲୋକ ସଜା ହେବା ସହିତ କଟେଜ ରାସ୍ତାର ଷ୍ଟମ୍ପ ଲାଇଟ ଏହାକୁ ଏକ ନବବଧୂ ବେଶରେ ସଜେଇ ଦେଉଛି ।

ଏଠାକାର ରାତ୍ରିକାଳୀନ ଦୃଶ୍ୟ ଏକ ପାଶ୍ଚାତ୍ୟ ଦେଶର ଦୀପପୁଞ୍ଜ ପରି ଦୃଶ୍ୟମାନ ହେଉଛି । ଏହି mangrove ରିଟ୍ରୀଟ ହେବାପରେ ଏଠାରେ ସ୍ତାନୀୟ ଲୋକମାନଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ଏହି ପର୍ଯ୍ୟଟନ ବ୍ୟବସ୍ଥାରେ ସ୍ଥାନୀୟ ଲୋକମାନଙ୍କୁ ଏଠାରେ ନିଯୁକ୍ତି ସହିତ ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ଉପରେ ସରକାର ଦୃଷ୍ଟିଦେବାକୁ ସ୍ତାନୀୟ ଲୋକମାନେ ଦାବି କରିବା ସହିତ ପର୍ଯଟକଙ୍କୁ ନଦୀରେ ବୋଟିଙ୍ଗ ପାଇଁ ସ୍ତାନୀୟ ମସ୍ୟଜୀବିଙ୍କୁ ଅଗ୍ରାଧିକାର ଦେବାକୁ ସ୍ତାନୀୟ ଲୋକମାନେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.