ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଏବଂ କବି ଗୁଲଜାରଙ୍କୁ ମିଳିବ ଜ୍ଞାନପୀଠ ପୁରସ୍କାର

୨୦୨୩ ବର୍ଷ ପାଇଁ ଦୁଇଟି ଭାଷାର ଦୁଇ ଜଣ ପ୍ରସିଦ୍ଧ ଲେଖକଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ସଂସ୍କୃତ ସାହିତ୍ୟିକ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଓ ଉର୍ଦ୍ଦୁ ସାହିତ୍ୟିକ ଶ୍ରୀ ଗୁଲଜାରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।

ପ୍ରସିଦ୍ଧ ଉର୍ଦ୍ଦୁ କବି ତଥା ଗୀତିକାର ଗୁଲଜାର ଓ ସଂସ୍କୃତ ବିଦ୍ୱାନ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯିବ । ଜ୍ଞାନପୀଠ ଚୟନ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି ।

ଜ୍ଞାନପୀଠ ଚୟନ କମିଟି ଜାରି କରିଥିବା ବୟାନରେ କୁହାଯାଇଛି, ୨୦୨୩ ବର୍ଷ ପାଇଁ ଦୁଇଟି ଭାଷାର ଦୁଇ ଜଣ ପ୍ରସିଦ୍ଧ ଲେଖକଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ସଂସ୍କୃତ ସାହିତ୍ୟିକ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଓ ଉର୍ଦ୍ଦୁ ସାହିତ୍ୟିକ ଶ୍ରୀ ଗୁଲଜାରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।

ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ହେଉଛନ୍ତି ଚିତ୍ରକୋଟ ସ୍ଥିତ ତୁଳସୀ ପୀଠର ପ୍ରତିଷ୍ଠାତା ଓ ମୁଖ୍ୟ । ସେ ଜଣେ ପ୍ରସିଦ୍ଧ ହିନ୍ଦୁ ଧାର୍ମିକ ଗୁରୁ, ସଂସ୍କୃତ ବିଦ୍ୱାନ, ଶିକ୍ଷକ ତଥା ଲେଖକ। ସେ ୧୦୦ରୁ ଅଧିକ ପୁସ୍ତକ ଲେଖିଛନ୍ତି। ସେ ୨୨ଟି ଭାଷାରେ କଥାବାର୍ତ୍ତା ହୋଇପାରନ୍ତି ।

ସେହିପରି ଗୁଲଜାର ହେଉଛନ୍ତି ଜଣେ ପ୍ରସିଦ୍ଧ ଉର୍ଦ୍ଦୁ କବି। ତାଙ୍କୁ ଶ୍ରେଷ୍ଠ ଉର୍ଦ୍ଦୁ କବିଙ୍କ ମଧ୍ୟରେ ଗଣନା କରାଯାଏ । ଅନେକ ହିନ୍ଦୀ ଫିଲ୍ମ ପାଇଁ ସେ ଗୀତ ଲେଖିଛନ୍ତି। କିଛି ଫିଲ୍ଲର ସେ ନିର୍ଦ୍ଦେଶନା ଦେଇଛନ୍ତି । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି । ୨୦୦୨ ମସିହାରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ୫ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବେଳେ ୨୨ଟି ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି । ୨୦୦୪ରେ ତାଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୧୩ରେ ଦାଦାସାହେବ ଫାଲକେ ପୁରସ୍କାର ପାଇଥିଲେ ଗୁଲଜାର ।

୧୯୯୪ରୁ ଜ୍ଞାନପୀଠ ପୁରସ୍କାର ଭାରତୀ ସାହିତ୍ୟରେ ଉତ୍କଷ୍ଟ ଯୋଗଦାନ ପାଇଁ ପ୍ରତିବର୍ଷ ଦିଆଯାଉଛି । ଏହି ପୁରସ୍କାର ସଂସ୍କୃତ ଭାଷା ପାଇଁ ଦ୍ୱିତୀ ଥର ଏବଂ ଉର୍ଦ୍ଦୁ ଭାଷା ପାଇଁ ୫ମ ଥର ଦିଆଯାଉଛି । ପୁରସ୍କାର ସହିତ ୨୧ ଲକ୍ଷ ଟଙ୍କା ରାଶି, ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ଏବଂ ପ୍ରାମଣପତ୍ର ଦିଆଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.