ନିଜ ଗାଁ ଫିରିଙ୍ଗିଆ ଫେରିବ ଜଗା, କାଳିଆ ବି ଖୁବ ଶୀଘ୍ର ଡିସଚାର୍ଜ ହେବ

ଦୀର୍ଘ ୨ ବର୍ଷ ଧରି ଚିକିତ୍ସିତ ହେବା ପରେ ଦୁଇ ଭାଇ ଜଗା ଓ ବଳିଆ ଭିତରୁ ଜଗା ଖୁବ ଶୀଘ୍ର ନିଜ ଗାଁ କନ୍ଧମାଳର ଫିରିଙ୍ଗିଆକୁ ଫେରିବାକୁ ଯାଉଛି । ଏନେଇ ତାଙ୍କ ପରିବାର ଲୋକେ ଯୋଜନା ଚଳାଇଥିବା ଜଣା ଯାଇଛି । ଜଗାଙ୍କ ମା’ ଶ୍ରୀମତୀ ପୁଷ୍ପାଞ୍ଜଳି କହଁର ମଧ୍ୟ ବିଭାଗୀୟ ଅଧିକ୍ଷକଙ୍କ ନିକଟରେ ଏକ ଲିଖିତ ଆବେଦନ ଦାଖଲ କରିଛନ୍ତି । ଆହୁରି ମଧ୍ୟ ଦେଢ଼ ମାସ ହେବ ଜଗା ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇ ଥିବାରୁ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି । ସୂତ୍ର ଅନୁଯାୟୀ ଏଯାଏଁ ସରକାରୀ ସ୍ତରରେ କୌଣସି ଚୂଡାନ୍ତ ନିଷ୍ପତି ହୋଇପାରିନାହିଁ । ଆଉ ଏକ ଭାଇ ବଳିଆ ମଧ୍ୟ ଧୀରେ ଧୀରେ ସୁସ୍ଥ ହେଉଥିବାରୁ ତାକୁ ମଧ୍ୟ ଶୀଘ୍ର ଡିସ୍ଚାର୍ଜ କରାଯାଇ ଗାଁକୁ ଫେରିବାକୁ ଅନୁମତି ଦିଆଯିବା ନେଇ ଖୁବ ଶୀଘ୍ର ସ୍ୱାସ୍ଥ୍ୟ ବିଭାଗକୁ ଆବେଦନ କରାଯିବ ବୋଲି କହିଛନ୍ତି ସେମାନଙ୍କୁ ଚିକିତ୍ସା କରୁଥିବା କମିଟିର ଅଧକ୍ଷ ଡ଼. ସୁଧାଂଶୁ ମିଶ୍ର ।

ଏହା ସହ ପଢନ୍ତୁ: ଆଜି ସରିବ ଐତିହାସିକ କଟକ ବାଲିଯାତ୍ରା

ନିକଟରେ ଜଗା ବଳିଆଙ୍କ ସଫଳ ଅସ୍ତ୍ରୋପଚାର ଲିମକା ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିବା ଏକ ଖବର ମଧ୍ୟ ପ୍ରକାଶ ପାଇଥିଲା । ଏବେ ଅଢେଇ ମାସ ହେବ ଦୁଇ ଜଣ କଟକ ସ୍ଥିତ ଏସସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ହସ୍ପିଟାଲ ସୂତ୍ରରୁ ପ୍ରକାଶ ପାଇଛି କି ବଳିଆର ସ୍ୱାସ୍ଥ୍ୟବସ୍ଥାରେ କ୍ରମଶଃ ଉନ୍ନତି ଘଟୁଥିବା ବେଳେ ଜଗା ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଘରକୁ ଗଲେ ତାର କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ଗତ ସେପ୍ଟେମ୍ବର ୮ ତାରିଖରୁ ଏ ଦୁହେଁ ଦିଲ୍ଲୀ ଏମ୍ସ ରୁ ଆସି ଏସ୍ସିବିରେ ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ମା’ ଶ୍ରୀମତୀ କହଁର ବିଭାଗୀୟ କତ୍ତୃପକ୍ଷଙ୍କ ନିକଟରେ ଜଗାକୁ ଗାଁକୁ ଫେରିବାକୁ ଅନୁମତି ଦେବାକୁ ଆବେଦନ କରିଛନ୍ତି । ଏନେଇ ଏକ ସରକାରୀ ସ୍ତରରେ ବୈଠକ ଖୁବ ଶୀଘ୍ର ବସିବ ବୋଲି ଶୁଣା ଯାଉଛି । ଏନେଇ ଚିକିତ୍ସା କରୁଥିବା ନ୍ୟୁରୋ ସର୍ଜରୀ ବିଭାଗ ନିକଟକୁ ଆବେଦନର ଏକ ନକଲ ପଠାଯାଇଛି ବୋଲି ଏକ ସୂଚନା ହସ୍ତଗତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.