Below header

ଆଜି ସରିବ ଐତିହାସିକ କଟକ ବାଲିଯାତ୍ରା

କଟକ(କେନ୍ୟୁଜ୍): ଆଜି ସରିବ ଐତିହାସିକ କଟକ ବାଲିଯାତ୍ରା। ଅଷ୍ଟମ ସଂଧ୍ୟାରେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ କେ କେ ନିଜ ସଙ୍ଗୀତର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। କେ କେଙ୍କ କଣ୍ଠର ତାଳେ ତାଳେ ରୋମାଣ୍ଟିକ ଗୀତରେ ଝୁମିଥିଲେ ଦର୍ଶକ। ଏହାକୁ ଦେଖିବାକୁ ଦର୍ଶକଙ୍କ ନାହିଁ ନଥିବା ଭିଡ଼ ଦେଖାଯାଇଥିଲା। ସେପଟେ ଆଜି ବାଲିଯାତ୍ରାର ଶେଷଦିନ ଥିବାରୁ ଯାତ୍ରା ବୁଲି ମଜା ଉଠାଇବାକୁ ଲୋକ ବେଶ ଭିଡ଼ ଜମାଉଛନ୍ତି। ଶୀତୁଆ ସଂଧ୍ୟାରେ ଯୁବପୀଢୀ ଏହାକୁ ଭରପୁର ଉପଭୋଗ କରୁଥିବା ଦେଖାଯାଇଛି। ବିଭିନ୍ନ ଚଟ୍‌ପଟା ଖାଦ୍ୟ ଖିଆ ସାଙ୍ଗକୁ କିଣାକିଣି ପାଇଁ ପ୍ରବଳ ଉତ୍ସାହ ଦେଖାଦେଇଛି। ବିଭିନ୍ନ ବର୍ଗର ଲୋକମାନେ ଦୋଳିର ମଧ୍ୟ ମଜା ନେଉଛନ୍ତି। ଆଜି ପ୍ରଥମାଷ୍ଟମୀ ପାଇଁ ଛୁଟି ଥିବାରୁ ପ୍ରବଳ ଜନସମାଗମ ହେବା ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.