Below header

ଆସନ୍ତା ଡିସେମ୍ବରରୁ ମହଙ୍ଗା ହେବ ମୋବାଇଲ୍‌ ସେବା

ଆସନ୍ତା ମାସରୁ ମହଙ୍ଗା ହେବ ମୋବାଇଲ ସେବା । ଏୟାରଟେଲ, ଭୋଡାଫୋନ୍‌ ଓ ଆଇଡିଆଇ ସେମାନଙ୍କ ଟାରିଫ୍‌ ବୃଦ୍ଧି କରୁଛନ୍ତି । ଉଭୟ ପ୍ରିପେଡ ଓ ପୋଷ୍ଟପେଡ ସେବାରେ ଟାରିଫ ବୃଦ୍ଧି ପାଇବ । ୫ରୁ ୧୦ ପ୍ରତିଶତ ବଢିବା ନେଇ ଆଶା କରାଯାଉଛି । କ୍ଷତି ଭରଣା କରିବାକୁ ଦର ବୃଦ୍ଧି ପାଇଁ ଏହି ତିନି କମ୍ପାନୀ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଏଜିଆରକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରତିକୂଳ ଶୁଣାଣି ପରେ କଂପାନିର ତ୍ରୟମାସିକ ଫଳାଫଳ ଅତ୍ୟନ୍ତ ନିରାଶାଜନକ ରହିଛି । ଏହି ସମୟରେ କଂପାନି ୫୦ ହଜାର ୯୨୨କୋଟି ଟଙ୍କାର କ୍ଷତି ସହିଛି । ଯାହାକି କୌଣସି କର୍ପୋରେଟ ପାଇଁ ସର୍ବାଧିକ । ଏସବକୁ ନଜରରେ ରଖି କଂପାନି ଡିସେମ୍ବର ୧ରୁ ଏହାର ଟାରିଫ ବଢାଇବା ପାଇଁ ନିଷ୍ପତି ନେଇଛି । ଡଟ୍‌କୁ ଏଜିଆର ବାବଦ ୧. ୩୦ ଲକ୍ଷ କୋଟି ଟଙ୍କା ପରିଷୋଧ କରିବା ପାଇଁ କୋର୍ଟ କହିଛନ୍ତି । ସଙ୍କଟ ମଧ୍ୟରେ ଗତି କରୁଥିବା ଟେଲିକମ ଶିଳ୍ପ ପାଇଁ ଏହା ବୋଝ ଉପରେ ନଳିତାବିଡା ସଦୃଶ ହୋଇଛି ।

postpaid

ଏହାସହ ପଢନ୍ତୁ: ଗୁଗଲର ନୂଆ ଫିଚର, ଏବେ ଗୁଗଲ କହିବ କିପରି କରିବେ ଶବ୍ଦର ଠିକ ଉଚ୍ଚାରଣ

ଭୋଡାଫୋନ୍‌, ଏୟାରଟେଲ୍‌ ଓ ଆଇଡିଆ ପରେ ଜିଓ ମଧ୍ୟ ଟାରିଫ୍‌ ବୃଦ୍ଧି କରିବ । ଉଭୟ ପ୍ରିପେଡ୍‌ ଓ ପୋଷ୍ଟ ପେଡ୍‌ରେ ଟାରିଫ୍‌ ବୃଦ୍ଧି କରାଯିବ ବୋଲି କୁହାଯାଇଛି । ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ଟାରିଫ୍‌ ବୃଦ୍ଧି ହେବ ବୋଲି କମ୍ପାନୀ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.