Below header

ନବରଙ୍ଗପୁର ଏକ ନମ୍ବର ୱାର୍ଡରେ ଭାଲୁ ଆତଙ୍କ

ନବରଙ୍ଗପୁର(କେନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ସଦର ମହକୁମା ପୌରପାଳିକା ଏକ ନମ୍ବର ୱାର୍ଡରେ ଭାଲୁ ଆତଙ୍କ। ଚାମୁରିଆଗୁଡ଼ା, ଅନ୍ନପୂର୍ଣ୍ଣାନଗର ଓ ଜମାଲ୍‌ କଲୋନୀ ବାସିନ୍ଦା ଭୟଭୀତ ଅବସ୍ଥାରେ ଅଛନ୍ତି। ସଂଧ୍ୟା ହେଲେ କବାଟ ଝରକା ବନ୍ଦ କରି ରହୁଛନ୍ତି ଲୋକ। ଭାଲୁକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛି ବନ ବିଭାଗ। ଗତ ଦୁଇ ମାସ ତଳେ ୩ଟି ଭାଲୁ ବୁଲୁଥିବାର ଦେଖି ବନ ବିଭାଗ ପକ୍ଷରୁ ଯନ୍ତା ବସାଇ କାବୁ କରିବାକୁ ଚେଷ୍ଟା କରାଯାଇଥିଲା। ଭାଲୁକୁ ଧରିବାରେ ସଫଳ ହୋଇପାରିନଥିଲେ ବନ କର୍ମଚାରୀ। ଏଥର ଭାଲୁକୁ ନିଶ୍ଚିତ ଭାବେ କାବୁ କରାଯିବ ବୋଲି ରେଞ୍ଜର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.