Below header

ଯାଜପୁର: ବିଳମ୍ବିତ ରାତିରେ ବାଇକ ଜାଳିଦେଲେ ଦୁର୍ବୃତ୍ତ

ଯାଜପୁର (କେନ୍ୟୁଜ): ବାଇକ ଜାଳି ଦେଲେ ଦୁର୍ବୃତ୍ତ। ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଚୋରମୁହାଁ ଗ୍ରାମରେ। ଅଭିଯୋଗ ମୁତାବକ, ଚୋରମୁହାଁ ଗ୍ରାମର ସେକ ଅରସଦ ଅଲ୍ଲୀଙ୍କ ଘର ସାମ୍ନାରେ ସବୁଦିନ ପରି ତାଙ୍କର ହିରୋ ହୋଣ୍ଡା ଗ୍ଲାମର ଗାଡିଟି ରହେ। କିନ୍ତୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଗାଡିଟିରେ ନିଆଁ ଲଗାଇ ଦେଇଛି।

ଗାଡି ପୋଡିବା ସମୟରେ ଶବ୍ଦ ହେବାରୁ ଘର ଲୋକେ ଉଠି ଦେଖିଲା ବେଳକୁ ଗାଡିଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ସାରିଛି। ଏନେଇ ଆଜି ଅରସଦଙ୍କ ପତ୍ନୀ ଆୟେସା ସିଦିକ ଧର୍ମଶାଳା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.