ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ, ୨ ପ୍ଲାଟୁନ ପୋଲିସ ଉପସ୍ଥିତିରେ ଚାଲିଛି କାର୍ଯ୍ୟ

ପୁରୀ (କେନ୍ୟୁଜ): ଆଜି ଭଙ୍ଗାଯାଇଛି ପୁରୀ ଶ୍ରୀମନ୍ଦିର ପ୍ରଶାସନର ସର୍ବ ପୁରାତନ କୋଠା । ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ବଳୟକୁ ନେଇ ୭୫ ମିଟର ପରିଧିରୁ ଉଛେଦ ଜାରି ରହିଛି । ୨ପ୍ଲାଟୁନ ପୋଲିସ ଉପସ୍ଥିତିରେ ଚାଲିଛି ଉଚ୍ଛେଦ ପ୍ରକ୍ରିୟା। ୧୦୦ ମିଟର ଭିତରେ ଥିବା ପୁରାତନ ଅଫିସ କୋଠାକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି କୋଠାକୁ ଭାଙ୍ଗିବାକୁ ନିଷ୍ପତି ହୋଇଥିଲା । ଏକ ମାସ ପାଇଁ ଏହି ପୁରାତନ କାର୍ଯ୍ୟାଳୟରୁ ନୂତନ କାର୍ଯ୍ୟାଳୟକୁ ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ବିଭାଗକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଏହି କୋଠାଟି ବେଶ୍‌ ଐତିହ୍ୟପୂର୍ଣ୍ଣ ।

ଏଥିପାଇଁ ମରିଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ପୋଲିସ ଛାଉଣୀ ହୋଇଛନ୍ତି । ଏହା ହେଉଛି ଶ୍ରୀମନ୍ଦିର ପ୍ରଶାସନର ସର୍ବପୁରାତନ କୋଠା । ଶହ ଶହ ବର୍ଷ ପୂର୍ବରୁ ଏହି କୋଠାରେ ଗଜପତି ମହାରାଜାଙ୍କ ଅଫିସ ଚାଲୁଥିଲା । ପରବର୍ତୀ ସମୟରେ ଆଇନ ବିଭାଗ ଅଧିନରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଚାଲୁଥିଲା । ଏହି କୋଠାରେ ଏବେ ୧୫ଟି ଦୋକାନ ଘର ଥିଲା । ଏହି ଦୋକାନ ଗୁଡ଼ିକକୁ ଖାଲି କରାଯାଇଛ ଉଚ୍ଛେଦ କାମ ଆରମ୍ଭ ହୋଇଛି । ଆଜି ରବିବାର ଶ୍ରୀନ୍ଦିର ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ବନ୍ଦ ଥିବାରୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.