ଟାୱାରରୁ ବ୍ୟାଟେରୀ ଚୋରି କରୁଥିବା ଗ୍ୟାଙ୍ଗକୁ ଠାବ କଲା ଯାଜପୁର ସଦର ପୋଲିସ, ୬୦ଟି ବ୍ୟାଟେରୀ ଜବତ
ଏହି ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ ସହିତ ମୋଟ ୬୦ ଟି ବ୍ୟାଟେରୀକୁ ମଧ୍ୟ ଜବତ କରାଯାଇଛି। ଏଥିସହିତ ଚୋରି ପାଇଁ ବ୍ୟବହୃତ ୩ଟି ଗାଡି ମଧ୍ୟ ଜବତ ହୋଇଛି।
ଯାଜପୁର(କେନ୍ୟୁଜ୍): ଗତ କିଛି ଦିନ ଧରି ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ର ମୋବାଇଲ ଟାୱାର ରୁ ବ୍ୟାଟେରୀ ଚୋରି କରୁଥିବା ଗ୍ୟାଙ୍ଗ କୁ ଠାବ କରିବାରେ ସଫଳ ହୋଇଛି ସଦର ପୋଲିସ। ଏହି ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ ସହିତ ମୋଟ ୬୦ ଟି ବ୍ୟାଟେରୀକୁ ମଧ୍ୟ ଜବତ କରାଯାଇଛି। ଏଥିସହିତ ଚୋରି ପାଇଁ ବ୍ୟବହୃତ ୩ଟି ଗାଡି ମଧ୍ୟ ଜବତ ହୋଇଛି।
ଗିରଫ ଅଭିଯୁକ୍ତଙ୍କ ଘର ଭଦ୍ରକ ଜିଲ୍ଲାରେ ଏବଂ ଏମାନଙ୍କ ବିରୋଧରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଯାଜପୁର ଏସଡିପି ଓ ସରୋଜ ଉପାଧ୍ୟାୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।