ବିବାହର କିଛି ସମୟ ପୂର୍ବରୁ ରାସ୍ତା ଦୁର୍ଘଟଣାରେ ଚାଲିଗଲା ବର ଓ ପରିବାରର ୩ ଜଣଙ୍କ ଜୀବନ
ଉତ୍ତର ପ୍ରଦେଶ ଦରିୟାବାଦ ଗ୍ରାମରେ ଶୁକ୍ରବାର ଘଟିଯାଇଛି ଏକ ହୃଦୟ ବିଦାରକ ଅଘଟଣ । ବିବାହର ଅବ୍ୟବହିତ ପୂର୍ବରୁ ଦୁର୍ଘଟଣାରେ ଚାଲିଯାଇଛି ବର ସମେତ ବରଙ୍କ ବାପା,ଭିଣୋଇ ଓ ଅନ୍ୟ ଦୁଇଜଣଙ୍କ ଜୀବନ । ବିବାହର ହସ ଖୁସିର ମାହୋଲ ବଦଳି ଯାଇଛି କାନ୍ଦ ବୋବାଳିରେ ।
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ଦରିୟାବାଦ ଗ୍ରାମରେ ଶୁକ୍ରବାର ଘଟିଯାଇଛି ଏକ ହୃଦୟ ବିଦାରକ ଅଘଟଣ । ବିବାହର ଅବ୍ୟବହିତ ପୂର୍ବରୁ ଦୁର୍ଘଟଣାରେ ଚାଲିଯାଇଛି ବର ସମେତ ବରଙ୍କ ବାପା,ଭିଣୋଇ ଓ ଅନ୍ୟ ଦୁଇଜଣଙ୍କ ଜୀବନ । ବିବାହର ହସ ଖୁସିର ମାହୋଲ ବଦଳି ଯାଇଛି କାନ୍ଦ ବୋବାଳିରେ ।
ମିଳିଥିବା ସୂଚନା ଅନୁଯାୟୀ ଏକ ବୋଲେରୋ ବିବାହ ପାଇଁ ବର ପକ୍ଷର ୫ଜଣଙ୍କୁ ନେଇ ଯାଉଥିବା ବେଳେ ଆଖୁ ଭର୍ତ୍ତି ଏକ ଟ୍ରାକ୍ଟର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବୋଲେରୋଟି ରାସ୍ତା ଆରପାର୍ଶ୍ବରେ ଥିବା କେନାଲରେ ପଡ଼ି ଯାଇଥିଲା।
ଏହି ଘଟଣାରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ମୃତକଙ୍କ ମଧ୍ୟରେ ବର ହରପାଲପୁର ଥାନା ଅଞ୍ଚଳସ୍ଥ କୁଡ଼ହା ଗ୍ରାମର ଓମବୀରଙ୍କ ପୁଅ ଦିବେଶ, ତାଙ୍କ ପିତା,ବରଙ୍କ ଭିଣୋଇ ଓ ଅନ୍ୟ ଦୁଇ ଜଣ ଥିବା ଜଣାଯାଇଛି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସଡ଼କ ଦୁର୍ଘଟଣାରେ ମୃତ ହୋଇଥିବା ବ୍ୟକ୍ତିଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି। ଜିଲ୍ଲାପାଳ ଓ ଏସପି ଜିଲ୍ଲା ହସ୍ପିଟାଲରେ ପହଞ୍ଚିଥିବା ବେଳେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।