Below header

ମୃତକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ଯାତ୍ରା କଳାକାର ରାଣୀ ପଣ୍ଡା

ଆଜି ମିଳିଛି ସମସ୍ତ ମୃତକଙ୍କ ପରିଚୟ । ମୃତକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି ରାଣୀ ପଣ୍ଡା ଓ ଯାତ୍ରା ସମ୍ପାଦକ ଆରକେ ହିରାଲାଲ । ପ୍ରତ୍ୟେକ ପରିବାରକୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇଛନ୍ତି ।

ମୟୂରଭଞ୍ଜ : ଗତକାଲିର ଦ୍ଵାରଶୁଣି ଘାଟିରେ ଘଟିଯାଇଥିବା ଯାତ୍ରା ପାର୍ଟି ଟ୍ରକ ଦୁର୍ଘଟଣା। ଆଜି ବି ମନେପଡ଼ିଲାରୁ ଛାତି ଥରି ଉଠୁଛି । ସେ ଦୃଶ୍ୟ ଆଖି ଆଗରେ ସତେ ଯେମିତି ନାଚି ଯାଉଛି । କାରଣ ସେହି ଦୁର୍ଘଟଣା କେତେ ପରିବାର ଆଖିରେ ଲୁହ ଦେଇଛି । କିଏ ପୁଅକୁ ହରାଇ କାନ୍ଦୁଛି ତ କିଏ ସ୍ୱାମୀକୁ ହରାଇ ବାୟାଣୀ ହୋଇଗଲାଣି । ଏହି ଘଟଣାକୁ ନେଇ ଚାରିଆଡ଼େ ଶୋକାକୁଳ ପରିବେଶ ।

ଆଜି ମିଳିଛି ସମସ୍ତ ମୃତକଙ୍କ ପରିଚୟ । ମୃତକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି ରାଣୀ ପଣ୍ଡା ଓ ଯାତ୍ରା ସମ୍ପାଦକ ଆରକେ ହିରାଲାଲ । ପ୍ରତ୍ୟେକ ପରିବାରକୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇଛନ୍ତି । ତେବେ ୪୯ ନଂ ଜାତୀୟ ରାଜପଥର ଦ୍ଵାରଶୁଣି ଘାଟିରେ ଗତକାଲି ଘଟିଯାଇଥିବା ଯାତ୍ରା ପାର୍ଟି ଟ୍ରକ ଦୁର୍ଘଟଣାରେ ଛଅ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ମୃତକଙ୍କ ପରିଚୟ ମିଳିନଥିଲା ଆଜି ପୋଲିସ ପକ୍ଷରୁ ମୃତକଙ୍କ ପରିଚୟ ମିଳିଛି। ମୃତକ ହେଲେ କଟକ ଓ ମୟୂରଭଞ୍ଜ ଜିଲ୍ଲାରୁ ଦୁଇ ଦୁଇ ଜଣ ରହିଥିବା ବେଳେ କେନ୍ଦୁଝର ଓ ଯାଜପୁର ଜିଲ୍ଲାରୁ ଜଣେ ରହିଛନ୍ତି। ତେବେ କଟକ ଜିଳ୍ଲାର ନେମାଳ ଥାନା ଅର୍ନ୍ତଗତ ଯାମରା ଗାଁର ପୁରୁଷୋତ୍ତମ ମଲ୍ଲିକଙ୍କ ପୁଅ ଅଶୋକ ମଲ୍ଲିକ। ସେହିପରି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନ ଅନ୍ତର୍ଗତ ଭୁରୁଡୁବଣି ଗାଁର ରାମଚନ୍ଦ୍ର ମାରାଣ୍ଡିଙ୍କ ପୁଅ ଝାଡ଼େଶ୍ୱର ମାରାଣ୍ଡି, ଓ ଗୁରୁବା ମୁର୍ମୁଙ୍କ ପୁଅ ମଠ ମୁର୍ମୁ ଏବଂ ଅନ୍ୟ ଜଣେ ମୃତକ ହେଲେ କେନ୍ଦୁଝର ଜିଲ୍ଲାର ପଣ୍ଡପଦା ଥାନା ଅନ୍ତର୍ଗତ ନିଶ୍ଚିତପୁର ଗାଁର ଯଦୁମଣି ଦେହୁରୀଙ୍କ ପୁଅ ରାଇଟର ଦେହୁରୀ ଓ ଅନ୍ୟ ଜଣେ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ଧ୍ରୁବ ପଲେଇଙ୍କ ପୁଅ ମାଧବ ପଲେଇ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପଟେ ଆଜି ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ସେପଟେ ଦୁଇ ଜଣ ଅତି ଗୁରୁତର ରୁକଚାନ୍ଦ ମରାଣ୍ଡି ଓ ଚାକୁ ମାରଣ୍ଡିଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଯାତ୍ରା କଳାକାର ରାଣୀ ପଣ୍ଡା ବାରିପଦା ପିଆରଏମ ହସ୍ପିଟାଲ ପରିସରରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ୧୦ହଜାର ମୃତକଙ୍କୁ ଓ ଆହତଙ୍କୁ ୫ହଜାର ଟଙ୍କା ସାହାଯ୍ୟ କରିଛନ୍ତି। ସେହିପରି ଯାତ୍ରା ସମ୍ପାଦକ ଆର. କେ ହିରାଲାଲ ମଧ୍ୟ ମୃତକଙ୍କୁ ୧୦ହଜାର ଟଙ୍କାର ସହାୟତା ସହିତ ଆହତଙ୍କୁ ଚିକିତ୍ସାରେ ଆବଶ୍ୟକ ସାହାଯ୍ୟ ଯୋଗାଇଛନ୍ତି। ବାରିପଦା ହସ୍ପିଟାଲରେ ଥିବା ୯ ଜଣ ଆହତଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିଲା ବେଳେ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ୫ଜଣ ଏଵେ ଚିକିତ୍ସିତ ରହିଛନ୍ତି। ସେମାନଙ୍କ ଅବସ୍ଥା ଭଲ ଅଛି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ୬ ଜଣ ମୃତକଙ୍କ ମଧ୍ୟରେ ୨ଜଣ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳର ଭୁଡୁରୁବଣି ଗ୍ରାମରେ ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.