Below header

ମାସ୍କ ପିନ୍ଧି ନ ଥିବାରୁ ଅବସରପ୍ରାପ୍ତ ଯବାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ୍, ଭାଇରାଲ୍ ହେଉଛି ଭିଡିଓ

କେନ୍ଦ୍ରାପଡା (କେନ୍ଯୁଜ୍): ଅବସରପ୍ରାପ୍ତ ଯବାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ । କେନ୍ଦ୍ରାପଡା ସହର ତିନିମୁହାଣୀ ଠାରେ ଟାଉନ ଥାନା ପକ୍ଷରୁ ମାସ୍କ ଚେକିଂ ହେଉଥିଲା। କଲେଜ ଛକରେ ଅବସରପ୍ରାପ୍ତ ଯବାନ ପରିବାର ସହ ଫେରୁଥିଲେ । ଠିକ୍‌ ଭାବରେ ମାସ୍କ ପିନ୍ଧି ନ ଥିବାରୁ ପୋଲିସ ଫାଇନ କାଟିଥିଲା । ଯବାନ ଫାଇନ ଦେଇ ଆସିଥିଲେ ।

ପୁଣି ୨୦୦ ମିଟର ଦୂରରେ ଫାଇନ କାଟିବାକୁ କହିଥିଲେ । ଅବସରପ୍ରାପ୍ତ ଯବାନ ମନୋରଞ୍ଜନ ଫାଇନ ଦେବାକୁ ମନାକରିବାରୁ ପୋଲିସ ଗୋଡେଇ ଗୋଡେଇ ପିଟିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ବାଡେଇବା ପରେ ଜବରଦସ୍ତି ଥାନାରେ ମଧ୍ୟ ଅଟକ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.