ଆଜି ଦିନ ଗୋଟାଏରେ ସରିବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ପାଇଁ ପଞ୍ଜିକରଣ

ଭୁବନେଶ୍ବର(କେନ୍ଯୁଜ୍): ଆଜି ସରିବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ପାଇଁ ପଞ୍ଜିକରଣ । ଚଳିତବର୍ଷ କୋଭିଡ କଟକଣା ଯୋଗୁ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ବାତିଲ ହୋଇଥିବା ବେଳେ ବିକଳ୍ପ ମୂଲ୍ୟାୟାନ ଆଧାରରେ ଫଳ ପ୍ରକାଶ ପାଇଛି । ତେବେ ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅଫଲାଇନରେ ସ୍ୱତନ୍ତ୍ର ପରୀକ୍ଷା ହେବ ।

ଆଜି ଦିନ ଗୋଟାଏରେ ପଞ୍ଜିକରଣ ଶେଷ ହେବ । ଏଥିରେ ପଞ୍ଜିକୃତ ଛାତ୍ରଛାତ୍ରୀ ମାନଙ୍କ ବିକଳ୍ପ ମୂଲ୍ୟାୟନ ମାର୍କ ଖାରଜ ହୋଇ ଅଫଲାଇନ ପରୀକ୍ଷା ଫଳକୁ ବିବେଚନା କରାଯିବ । ତେବେ ପଞ୍ଜିକୃତ ଛାତ୍ରଛାତ୍ରୀ ମାନଙ୍କ ସଂଖ୍ୟାକୁ ଦେଖି କେବେ ଓ କେଉଁ କେନ୍ଦ୍ରରେ ପରୀକ୍ଷା ହେବ ଜଣାପଡ଼ିବ । କେବଳ ପ୍ରମୁଖ ବିଷୟରେ ହିଁ ପରୀକ୍ଷା ହେବ । ଏହାରି ଆଧାରରେ ଅନ୍ୟ ବିଷୟ ବସ୍ତୁର ମୂଲ୍ୟାୟନ ହେବ । ଏହାସହ ପୂର୍ବରୁ ପରିଷଦ ପକ୍ଷରୁ ଜାରି ପ୍ରଶ୍ନପତ୍ର ଢାଞ୍ଚାରେ ଅଫଲାଇନ ପରୀକ୍ଷା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.