Below header

କୋଣାର୍କ ମାର୍କେଟ କମ୍ପ୍ଲେକ୍ସର ଏକ ସୁନା ଦୋକାନରୁ ୨୦ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍

ଗୋପ(କେନ୍ୟୁଜ୍): ଗହଣା ଦୋକାନରୁ ଲୁଟ । କୋଣାର୍କ ମାର୍କେଟ କମ୍ପ୍ଲେକ୍ସର ଏକ ଅଳଙ୍କାର ଦୋକାନରୁ ଲୁଟ । ଗତକାଲି ବିଳମ୍ବିତ ରାତିରେ ଲକର୍‌ କାଟି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ।

୪ଜଣ ଡକାୟତ ଛାତ ଉପରୁ ସିଡ଼ି ଘର ଗେଟ କାଟି ସୋରୁମ ଭିତରେ ଥିବା ଷ୍ଟ୍ରଙ୍ଗ ରୁମ ଓ ଲକର କାଟି ଲୁଟ କରିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । ଲୁଟ ଅଳଙ୍କାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ । ଘଟଣା ସ୍ଥଳରେ କୋଣାର୍କ ପୁଲିସ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.