Below header

ସମ୍ବଲପୁର: ପୁଣି ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର

ସମ୍ବଲପୁର(କେନ୍ୟୁଜ୍): ପୁଣି ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର । କଳିଙ୍ଗ ଟିଭର କାର୍ଯ୍ୟରତ ସାମ୍ବାଦିକ ଗୁଣମଣି ବିଶ୍ୱାଳଙ୍କୁ ଧକ୍କା ମାରିଲେ ସମ୍ବଲପୁର ଧନୁପାଲି ଥାନା ଆଇଆଇସି କମଳ କୁମାର ପଣ୍ଡା । ସମ୍ବଲପୁରର ଏକ ଘରୋଇ ସ୍କୁଲରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଏହି ଘଟଣାର ଖବର ସଂଗ୍ରହ କରିବାକୁ ଯାଇଥିଲେ ସାମ୍ବାଦିକ । କଳିଙ୍ଗ ଟିଭି ସହ ଅନ୍ୟ ଗଣମାଧ୍ୟମର ସାମ୍ବାଦିକମାନେ ମଧ୍ୟ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀଙ୍କ ଅଭିଭାବକ ମଧ୍ୟ ସ୍କୁଲ ପାଖରେ ଉପସ୍ଥିତ ଥିଲେ । ଖବର ସଂଗ୍ରହ ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ସ୍କୁଲ ଭିତରକୁ ପ୍ରବେଶ କରୁଥିବା ବେଳେ ଅଟକାଇଥିଲେ ସେଠାରେ ଉପସ୍ଥିତ ଥିବା ପୋଲିସ । କଳିଙ୍ଗ ଟିଭିର ସାମ୍ବାଦିକ ଗୁଣମଣି ବିଶ୍ୱାଳଙ୍କୁ ଧନୁପାଲି ଥାନା ଆଇଆଇସି ଠେଲାପେଲା କରିଥିଲେ । ନିକଟରେ ପାଟକୁରାରେ ମଧ୍ଯ ଜଣେ ସାମ୍ବାଦିକ ଦୁର୍ବ୍ୟବହାର ଶିକାର ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.