Below header

ପତ୍ନୀଙ୍କ ଅବୈଧ ସମ୍ପର୍କର ଭୟାନକ ପ୍ରତିଶୋଧ ନେଲେ ସ୍ବାମୀ, ବିଜୁଳି ତାରରେ ନେଇଗଲେ ତିନି ଜଣଙ୍କ ଜୀବନ

ପତ୍ନୀଙ୍କ ଅବୈଧ ସମ୍ପର୍କର ଭୟାନକ ପ୍ରତିଶୋଧ ନେଲେ ସ୍ବାମୀ । ବିଜୁଳି ତାରରେ ନେଇଗଲେ ତିନି ଜଣଙ୍କ ଜୀବନ । ଘଟଣାଟି ଘଟିଛି ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାରେ । ଅଭିଯୁକ୍ତ ବ୍ୟକ୍ତି ଜଣକ ଷଡଯନ୍ତ୍ର କରି ନିଜ ପଡୋଶୀଙ୍କ ଘର ସାମ୍ନାରେ ବିଜୁଳି ତାର ବିଛାଇ ଦେଇଥିଲେ । ଯେଉଁଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ହୋଇଛନ୍ତି ଆହତ ।

ସୂଚନା ମୁତାବକ, ପେସାରେ ରାଜମିସ୍ତ୍ରୀ ଥିବା ରବିଉଲ ମିସ୍ତ୍ରୀ ମୁର୍ସିଦାବାଦରେ ନିଜ ପତ୍ନୀ ଫରିଦାଙ୍କ ସହ ରହୁଥିଲେ । ତେବେ ରବିଉଲ୍ ସର୍ବଦା ନିଜ ସ୍ତ୍ରୀ ଫରିଦାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ । ଫରିଦାଙ୍କର ପଡୋଶୀର ଜଣେ ଯୁବକ ଶେଖ ରୋହିତଙ୍କ ସହ ଅବୈଧ ସମ୍ପର୍କ ଥିବା ସନ୍ଦେହ କରୁଥିଲେ ରବିଉଲ । ଯେଉଁଥି ପାଇଁ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା । ଏଥିରେ ଅତିଷ୍ଠ ହୋଇ ଘର ଛାଡି ଚାଲିଯାଇଥିଲେ ଫରିଦା । ତେବେ ଫରିଦା ନିଜ ପ୍ରେମୀ ଶେଖଙ୍କ ସହ ପଳାଇ ଯାଇଥିବା ଅନୁମାନ କରୁଥିଲେ ରବିଉଲ୍ । ଏବଂ ଏହା ପଛରେ ପଡୋଶୀଙ୍କ ହାତ ଥିବା ସନ୍ଦେହ କରି ପ୍ରତିଶୋଧ ନେବାକୁ ଚିନ୍ତା କରିଥିଲେ ରବିଉଲ୍ ।

ପ୍ରତିଶୋଧର ନିଆଁରେ ଅନ୍ଧ ହୋଇ ପଡୋଶୀଙ୍କ ଘର ସାମ୍ନାରେ ଖାଲି ବିଜୁଳି ତାର ପକାଇ ଦେଇଥିଲେ ରବିଉଲ୍ । ଯେଉଁଥିରେ ୩ ଜଣଙ୍କ ଜୀବନ ଚାଲି ଗଲା  ଏବଂ ୬ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନିଜ ଯୋଜନାକୁ ରୂପ ଦେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା ରବିଉଲ୍ । ତେବେ ଉତ୍ତ୍ୟକ୍ତ ଲୋକ ରବିଉଲ୍କୁ ଧରି ବହେ ପିଟିଥିଲେ । ଏଥିରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି ରବିଉଲ୍ । ଅନ୍ୟପଟେ ପୋଲିସ୍ ଘଟଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.