Below header

ପୁଣି ଜଣେ ଅଷ୍ଟମ ଶ୍ରେଣୀର ନାବାଳିକା ଗର୍ଭବତୀ, କନ୍ଧମାଳର ଏକ ସେବାଶ୍ରମରେ ଘଟିଛି ଏହି ଅଭାବନୀୟ ଘଟଣା

କନ୍ଧମାଳ(କେନ୍ୟୁଜ୍): ପୁଣି ଥରେ କନ୍ଧମାଳରେ ଲଜ୍ଜା । ସେବାଶ୍ରମରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଚାରି ମାସର ଗର୍ଭବତୀ । ବେଲଘର ଥାନା ଅଞ୍ଚଳରେ ଥିବା ଏକ ସେବାଶ୍ରମରେ ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ ବିଦ୍ୟାଳୟ ଖୋଲିବା ପରେ ଛାତ୍ରୀ ଜଣଙ୍କ ଗର୍ଭବତୀ ଥିବା ଜାଣିବା ପରେ ବେଲଘର ଥାନାରେ ଏତଲା ଦିଆଯିବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ । ଗିରଫ ଅଭିଯୁକ୍ତ ଜଣଙ୍କ ବାଲିଗୁଡା ଥାନା ଅଞ୍ଚଳର ଅମୂଲ୍ୟ ପ୍ରଧାନ। ତେବେ ବାରମ୍ବାର ସେବାଶ୍ରମରେ ନାବାଳିକା ଗର୍ଭବତୀ ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.