ପ୍ରେମିକାର ଘର ସାମ୍ନାରେ ବାରାତ୍ ନେଇଥିଲେ ରାଜେଶ, ମାତ୍ର ୪ ଦିନ ଭିତରେ ନେଇଥିଲେ ଡିମ୍ପଲଙ୍କୁ ବିବାହ କରିବାର ନିଷ୍ପତ୍ତି

ଅନେକ ଷ୍ଟାରଙ୍କୁ ଦେଖିଛି ବଲିଉଡ୍ । ସେମାନଙ୍କ ମଧ୍ୟରୁ କିଏ ଲୁଚିଯାଏ ରାତିର ଅନ୍ଧାରରେ ତ ଆଉ କିଏ ଛୁଇଁଥାଏ ସଫଳତାର ଶୀର୍ଷ । କିଏ କେତେବେଳେ ଆସେ ଆଉ କେତେବେଳେ ଚାଲିଯାଏ । ହେଲେ ସେମାନଙ୍କ ମଧ୍ୟରୁ ଖୁବ୍ କମ୍ ଷ୍ଟାର୍ ଅଛନ୍ତି ଯେଉଁମାନେ ଦର୍ଶକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି । ମୃତ୍ୟୁ ପରେ ମଧ୍ୟ ଦର୍ଶକଙ୍କ ହୃଦୟରେ ଏମାନେ ଜୀବିତ । ଆଉ ସେମାନଙ୍କୁ ଜୀବିତ ରଖିଛି ସେମାନଙ୍କ ନିଆରା ଅନ୍ଦାଜ୍ ଏବଂ ଚତ୍ମକାର ଅଭିନୟ। ନିଜର ଅଭିନୟର ଯାଦୁରେ ରାତାରାତି ପାଲଟି ଯାଆନ୍ତି ସୁପର୍ ଷ୍ଟାର୍ । ଆଜ୍ଞା ହଁ ଆଜି ଆମେ ଆପଣଙ୍କୁ ସେହି ସୁପରଷ୍ଟାରଙ୍କ ବିଷୟରେ କିଛି ଜଣାଇବୁ ଯିଏ ନିଜର ଅନ୍ଦାଜ ପାଇଁ ହୋଇପାରିଥିଲେ ବଲିଉଡର ପ୍ରଥମ ସୁପର୍ ଷ୍ଟାର୍ । ଏବେ ଆପଣ ଜାଣି ସାରିବେଣି ଆମେ କାହା ବିଷୟରେ ଆଲୋଚନା କରୁଛୁ । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ବଲିଉଡର ପ୍ରଥମ ସୁପର୍ ଷ୍ଟାର୍ ରାଜେଶ୍ ଖାନ୍ନା ।

ରାଜେଶେ ଖାନ୍ନାଙ୍କ ଉପରେ ତ ଅନେକ ଝିଅ ଫିଦା ଥିଲେ । କିନ୍ତୁ ଅଞ୍ଜୁ ମହେନ୍ଦ୍ରୁଙ୍କର ଖୁବ୍ ନିକଟତର ଥିଲେ ସେ । ରାଜେଶଙ୍କ ପିଲାବେଳର ସାଥୀ ଥିଲେ ଅଞ୍ଜୁ । ଉଭୟ କଲେଜରେ ଏକାସାଥିରେ ପଢିଥିଲେ । ଆଉ ଧୀରେ ଧୀରେ ଉଭୟଙ୍କର ବନ୍ଧୁତା ପ୍ରେମରେ ପରିବର୍ତ୍ତନ ହୋଇଯାଇଥିଲା । ଏହା ପରେ ଉଭୟ ଲିଭ୍ ଇନରେ ରହିବା ଆରମ୍ଭ କରିଦେଇଥିଲେ ।

anju rajesh୧୯୬୦ ମସିହାର କଥା । ସେ ସମୟରେ ଫିଲ୍ମରେ କାମ କରିବା ପାଇଁ ଷ୍ଟ୍ରଗଲ କରୁଥିଲେ । ଅଞ୍ଜୁ ମଧ୍ୟ ମଡେଲିଂ ଏବଂ ଅଭିନୟ ପାଇଁ ଷ୍ଟ୍ରଗଲ କରୁଥିଲେ । ୬୦ -୭୦ ଦଶକରେ ଉଭୟଙ୍କ ପ୍ରେମକାହାଣୀ ବି ଟାଉନରେ ପାଲଟିଯାଇଥିଲା ଚର୍ଚ୍ଚାର ବିଷୟ । କିନ୍ତୁ ବହୁତ ବଡ଼ ଷ୍ଟାର୍ ହୋଇଯିବା ପରେ ବଦଳିଯାଇଥିଲା କାକାଙ୍କ ସ୍ବଭାବ । ଆଉ କେଉଁଠି ନା କେଉଁଠି ସେ ଚାହୁଁଥିଲେ ଅଞ୍ଜୁ ତାଙ୍କ ଷ୍ଟାରଡମକୁ ଅନୁଭବ କରନ୍ତୁ ।

ଏହା ସହ ପଢନ୍ତୁ ଅମିତାଭଙ୍କ ଲୋକପ୍ରିୟତା ସହିପାରିନଥିଲେ ରାଜେଶ୍ ଖାନ୍ନା , ବନ୍ଦ ରୁମରେ କରିଥିଲେ ଏମିତି କାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ତେବେ ରାଜେଶଙ୍କୁ ପ୍ରଶଂସା କରୁଥିବା ଲୋକଙ୍କର ଆବଶ୍ୟକତା ଥିଲା ଏବଂ ସେ ସେହି ଲୋକମାନଙ୍କ ଗହଣରେ ରହିବାକୁ ପସନ୍ଦ କରୁଥିଲେ । ଯାହା ଆଣିଥିଲା ରାଜେଶ ଏବଂ ମଞ୍ଜୁଙ୍କ ସଂପର୍କରେ ଫାଟ । ଏକ ସାକ୍ଷାତକାରରେ ଅଞ୍ଜୁ କହିଥିଲେ ଖୁବ୍ ମନୁଆ ଥିଲେ ରାଜେଶ । ଧୀରେ ଧୀରେ ମଞ୍ଜୁଙ୍କଠାରୁ ଦୂରେଇ ଯାଇଥିଲେ ରାଜେଶ । ଏହା ପରେ ନିଜଠୁ ୧୬ ବର୍ଷ ସାନ ଡିମ୍ପଲ୍ କପାଡିଆଙ୍କୁ ବିବାହ କରିଥିଲେ । ମାତ୍ର ୪ ଦିନ ମଧ୍ୟରେ ଡିମ୍ପଲଙ୍କୁ ବିବାହ କରିବାର ନିଷ୍ପତ୍ତି ନେଇଥିଲେ ରାଜେଶ ।

କୁହାଯାଏ ଯେତେବେଳେ ରାଜେଶଙ୍କ ବରଯାତ୍ରୀ ବାନ୍ଦ୍ରାରୁ ଜୁହୁ ଯାଉଥିଲା ସେତେବେଳେ ସେ ଜାଣିଶୁଣି ନିଜ ରାସ୍ତା ବଦଳାଇ ଦେଇଥିଲେ । ଏବଂ ବରଯାତ୍ରୀ ମଞ୍ଜୁଙ୍କ ଘର ସାମ୍ନା ଦେଇ ନେଇଥିଲେ । ତେବେ ଡିମ୍ପଲଙ୍କ ସହ ମଧ୍ୟ ରାଜେଶ ସମ୍ପର୍କ ବେଶୀ ଦିନ ତିଷ୍ଠି ପାରିନଥିଲା । ଜୀବନର ଶେଷ ସମୟରେ ଏକା ହୋଇଯାଇଥିଲେ କାକା ।

 

୧୮ ଜୁଲାଇ ୨୦୧୨ରେ ଏକ ଖବର ପୁରା ଦେଶବାସୀଙ୍କୁ କରିଦେଇଥିଲା ନିରାଶ । ଏହି ଦିନ ଦୁନିଆକୁ ଅଲବିଦା କହିଥିଲେ ସୁପରଷ୍ଟାର୍ ରାଜେଶ ଖାନ୍ନା । ସେହି ଷ୍ଟାର୍ ଯିଏ କହୁଥିଲେ ‘ଜିନ୍ଦେଗୀ ଏକ ସଫର ହେ ସୁହାନା . . . . ୟହାଁ କଲ୍ କ୍ୟା ହୋଗା କିସନେ ଜାନା’ . . . .  ।

ଜୀବନ ଜିଇଁବାର ନାଁ : ଏହା ଶିଖାଇଥାଏ ସୁପରଷ୍ଟାର୍ ରାଜେଶ ଖାନ୍ନାଙ୍କ ଏହି ଅଭୂଲା ଡାଇଲଗ୍ : 

rajesh khannaରୋମାନ୍ସ, ଆକ୍ସନ୍ ଓ ଇମୋସନଭରା କାହାଣୀକୁ ଖୁବ୍ ଚତ୍ମକାର ଢଙ୍ଗରେ ପରଶି ପାରୁଥିବା ରାଜେଶ୍ ଖାନ୍ନା ନିଜର ସିନେମା କ୍ୟାରିୟରରେ ଅନେକ୍ ଅଭୁଲା ଡାଇଲଗ୍ ଦେଇଛନ୍ତି । ଲାଇନ୍ ଏମିତି ଯାହା ଆଜିବି ଅନେକ୍ ସିନେମାରେ ଦୋହରା ହେଉଥିବାର ନଜିର୍ ରହିଛି । ଦେଖନ୍ତୁ ହିନ୍ଦୀରେ ପରସି ଥିବା ଏମିତି କିଛି ଡାଇଲଗ୍ ଯାହା ସତ ଜୀବନରେ କିଛି ଶିକ୍ଷାର ମାର୍ଗ ସାଜିଥିଲା ।

୧୯୭୨ରେ ଆସଥିବା ’ଅମର ପ୍ରେମ୍’ ସିନେମାର ଏହି ଡାଇଲଗଟିକୁ ମନେ ପକାଇ ନିଅନ୍ତୁ ଯାହା ଏବେବି ଅନେକ ଲୋକ ନିଜ କଥାରେ ଦୋହରାଇଥାନ୍ତି : ‘‘ ପୁଷ୍ପା, ମୁଜସେ ୟେ ଆଁଶୁ ନେହିଁ ଦେଖି ଯାତି । ଆଇ ହେଟ୍ ଟିଅରସ..’’ । ପୁଣି ସେହି ବର୍ଷ ୧୯୭୨ରେ ରାଜେଶ୍ ଖାନ୍ନା ’ବାବର୍ଚ୍ଚି‘ ହୋଇ ଆସିଲେ ଏବଂ ସଂସ୍କାରି ବାବର୍ଚ୍ଚି ଘର ଲୋକଙ୍କ ସହ ଦର୍ଶକଙ୍କୁ ଜୀବନ ଯିଇବାର ତରିକା ମଧ୍ୟ ଶିଖାଇ ଥିଲେ । ଆସନ୍ତୁ ମନେ ପକାଇବା ବାବର୍ଚ୍ଚି ସିନେମାର ଡାଇଲଗଟି କୁ : ‘‘ ଜିସମେ ଇନସାନ୍ କି ଭଲାଇ ହୋ, ବୋ କାମ୍ କଭି ବୁରା ନହିଁ ହୋତା’’ ।

rajesh‘ଆନନ୍ଦ‘ରାଜେଶ୍ ଖାନ୍ନାଙ୍କର କ୍ଲାସିକ୍ ସିନେମା ମଧ୍ୟରୁ ଗୋଟେ । ୧୯୭୧ରେ ଆସିଥିବା ଏହି ସିନେମାଟିରେ ରାଜେଶ୍ ଖାନ୍ନାଙ୍କ ସହ ଅମିତାଭ୍ ବଚ୍ଚନ୍ ଲିଡରୋଲରେ ନଜର୍ ଆସିଥିଲେ । ଏହି ସିନେମାଟିରେ ସେ ଏକରୁ ବଢି ଏକ୍ ଡାଇଲଗ ଦେଇଥିଲେ । ଆସନ୍ତୁ ଜାଣିବା ଏହି ସିନେମାର ଦୁଇଟି ହିଟ୍ ଡାଇଲଗ୍ : ’’ ବାବୁ ମୋସାୟେ, ଜିନ୍ଦେଗୀ ବଡି ହୋନି ଚାହିଏ ଲମ୍ବି ନହିଁ’’ । ଏହି ସିନେମାର ଅନ୍ୟ ଏକ ଡାଇଲଗ୍ ଯାହା ଏବେବି ମନେ ପକାନ୍ତି ଦର୍ଶକ ‘‘ ଏ ! ବାବୁ ମୋସାୟେ, ଜିନ୍ଦେଗୀ ଅର୍ ମତ ଉପର୍ ବାଲେ କି ହାତ ହୈ । ଇସେ ନା ଆପ୍ ବଦଲ ସକତେ ହେଁ ନା ମେ’’ ।

ଅସିତ୍ ସେନଙ୍କ ନିର୍ଦ୍ଦେଶିତ ସିନେମା ’ସଫର’ରେ ରାଜେଶ୍ ଖାନ୍ନା, ଶର୍ମିଲା ଟାଗୋରର ଲିଡରୋଲରେ ଥିଲେ । ୧୯୭୦ରେ ଆସିଥିବା ଏହି ସଫର ସିନେମାଟିରେ କ୍ୟାନ୍ସର୍ ପେସେଣ୍ଟ୍ ଭୂମିକାରେ ଅଭିନୟ କରିଥିଲେ । ‘‘ୟେ ତୋ ମେ ହି ଜାନତା ହୁଁ କି ଜୀନ୍ଦେଗିକେ ଆଖରି ମୋଡ୍ ପର କିତନା ଅନ୍ଧେରା ହୈ’’ ଏହି ସିନେମାର ଆଉ ଏକ ଡାଇଲଗ ଯାହାକି ଦର୍ଶକଙ୍କ ମନ କିଣି ଥିଲା ‘‘ ମେ ମରନେ ସେ ପେହଲେ ମରନା ନେହିଁ ଚାହତା’’ । ୧୯୬୯ରେ ମୁକ୍ତିଲାଭ କରିଥିବା ସିନେମା ‘ଅରୁନ୍ଧତୀ’ ରେ ଦର୍ଶକ ମାନଙ୍କ ହୃଦୟକୁ ବେଶ୍ ଛୁଇଁ ପାରିଥିଲା ରାଜେଶ୍ ଖାନ୍ନା ଓ ଶର୍ମିଲା ଟାଗୋରଙ୍କ ଯୋଡି । ଏହି ସିନେମାଟିର ହିଟ୍ ଡାଇଲଗ୍ ଥିଲା ସୁପର୍ ଡୁପର୍ । ଯାହା ଏବେ ବି ଅଭୁଲା ’’ଏକ୍ ଛୋଟାସା ଜଖମ ବହତ ଗେହରା ଦାଗ୍ ବନ ସକତା ହୈ ଅର୍ ଏକ୍ ଛୋଟିସି ମୁଲାକାତ୍ ଜୀନ୍ଦେଗି ଭର କା ସାଥ ବନସକତି ହୈ’’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.