Below header

ପାକିସ୍ତାନକୁ ବଡ ଝଟକା, ଇଣ୍ଟରନ୍ୟାନାଲ୍ କୋର୍ଟରୁ କେସ୍ ହାରିବା ପରେ ଏବେ ଦେବ ୪୦ ହଜାର କୋଟି ଜରିମାନା

ଧୀରେ ଧୀରେ ବଢୁଛି ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ଅଡୁଆ । ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକ୍ ସରକାରଙ୍କ ଉପରେ ବଢୁଛି ବୋଝ । ଇଣ୍ଟରନ୍ୟାସନାଲ୍ କୋର୍ଟରେ ଏକ ବଡ କେସ୍ ହାରିଯାଇଛି ପଡୋଶୀ ପାକ୍ । ଯାହା ଫଳରେ ଏବେ ୪୦ ହଜାର କୋଟି ସୁଝିବେ ପାକ୍ ସରକାର ।

ବେଲୁଚିସ୍ତାନରେ ରେକୋ ଡିକ୍ (Reko Diq) ଖାଦାନ ଚୁକ୍ତିକୁ ରଦ୍ଦ କରିବାରୁ ପାକିସ୍ତାନ ଉପରେ ୫ ଅରବ ୯୭ କୋଟି ଡଲାର୍ ଅର୍ଥାତ୍ ପ୍ରାୟ ୪୦ ହଜାର କୋଟିର ଜରିମାନା ଲଗାଇଛି ଓ୍ୱଲର୍ଡ ବ୍ୟାଙ୍କ ସହ ଜଡିତ ଇଣ୍ଟରନ୍ୟାସନାଲ୍ ସେଣ୍ଟର ଫର୍ ସେଟେଲମେଂଟ୍ ଅଫ୍ ଇନେଭେଷ୍ଟମେଂଟ୍ ଡିସପ୍ୟୁଟ୍ସ (ICSID) । ଏହି ମାମଲାରେ କେସ୍ ହାରିଯାଇଛି ପାକିସ୍ତାନ । ଏହି ଜରିମାନା ଟେଥୟନ୍ କପର କମ୍ପାନୀକୁ ଦେବ ପାକିସ୍ତାନ ।

ଏହା ସହ ପଢନ୍ତୁ ଇମରାନ୍ ଲଗାଇଲେ ନୂଆ ଟିକସ, ପାକିସ୍ତାନରେ ପଡିପାରେ ହାହାକାର

ଅନ୍ୟପଟେ ବିଶ୍ବର ବଡ଼ ବଡ଼ ଅର୍ଥଶାସ୍ତ୍ରୀଙ୍କ କହିବା ଅନୁଯାୟୀ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଯଦି କୌଣସି ଉଚିତ୍ ପଦକ୍ଷେପ ନିଆ ନଯାଏ ତେବେ ପାକକୁ ବରବାଦ ହେବାରୁ କେହି ରକ୍ଷା କରିପାରିବେନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.