ଭିଜିଲାନ୍ସ ଜାଲରେ ଚିଲିକା ବନ୍ୟପ୍ରାଣୀ କାର୍ଯ୍ୟାଳୟର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୩ଟି ସ୍ଥାନରେ ଚାଲିଛି ଚଢାଉ

ଟାଙ୍ଗୀ : ଆଜି ଚିଲିକା ବନ୍ୟପ୍ରାଣୀ ଚିଲିକା ବନ୍ୟପ୍ରାଣୀ କାର୍ଯ୍ୟାଳୟର ଜୁନିୟର ଆକାଉଣ୍ଟାଣ୍ଟ ନବୀନ ଚନ୍ଦ୍ର ବିଶୋଇଙ୍କ ଗଂଜାମ ଜିଲ୍ଲାର ବ୍ରହ୍ମପୁର ନିଳାଞ୍ଚଳ ନଗର ତୃତୀୟ ଲେନ ସ୍ଥିତ ବାସଭବନ , ଚିଲିକା ବନ୍ୟପ୍ରାଣୀ କାର୍ଯ୍ୟାଳୟ, ବାଲୁଗାଁ ଓ ଚିଲିକା କୂଳରେ ଚିଲିକା ବନ୍ୟପ୍ରାଣୀ ଅତିଥି ଭବନ ମୋଟ ତିନୋଟି ଜାଗାରେ ଏକକାଳୀନ ଚଢ଼ାଉ ଚାଲିଛି । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ ଚାଲିଛି ।

ଗତ ତା ୧୦/୮/୨୦୨୦ ରେ ଚିଲିକା ବନ୍ୟପ୍ରାଣୀ ଚିଲିକା ବନ୍ୟପ୍ରାଣୀ କାର୍ଯ୍ୟାଳୟ ଡି.ଏଫ.ଓ ଆଲୋକ ରଞ୍ଜିତ ଦାଶଙ୍କୁ ଭିଜିଲାନ୍ସ ଗିରଫ କରିଥିଲେ । ଏଣୁ ବନ୍ୟପ୍ରାଣୀ ଚିଲିକା ବନ୍ୟପ୍ରାଣୀ କାର୍ଯ୍ୟାଳୟର ଜଣଙ୍କ ପରେ ଜଣେ ଭିଜିଲାନ୍ସ ଜାଲରେ ପଡୁଥିବାକୁ ଦୁର୍ନୀତିର ଚେର ଢେର ଲମ୍ବା ଥାଇପାରେ ବୋଲି ସ୍ଥାନୀୟ ବାସିନ୍ଦା ଆଲୋଚନା କରୁଥିବା ନଜରକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.