Below header

କମିଶନରେଟ୍‌ ପୋଲିସ ହାତରେ ଧରାପଡିଲା ATM ଲୁଟେରା ଗ୍ୟାଙ୍ଗ, ଭାଇଜାଗ୍‌ରୁ ୨ ଗିରଫ

ଭୁବନେଶ୍ବର: କମିଶନରେଟ୍‌ ପୋଲିସ ହାତରେ ଧରାପଡିଲା ATM ଲୁଟେରା ଗ୍ୟାଙ୍ଗ । ଭାଇଜାଗ୍‌ରୁ ଗିରଫ ହେଲେ ଦୁଇ ଆନ୍ତଃରାଜ୍ୟ ATM ଲୁଟେରା । ଅକ୍ଟୋବର ୧୧ରେ ପଟିଆ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ATMରୁ ଲୁଟି ନେଇଥିଲେ ୨୭ଲକ୍ଷ ୮ ୬ ହଜାର ଟଙ୍କା । ଗ୍ୟାସ କଟରରେ ଏଟିଏମ୍‌ କାଟି ଟଙ୍କା ନେଇ ଛୁ ମାରିଥିଲେ । ପୋଲିସ କମିଶନରଙ୍କ ସୂଚନା ଅନୁସାରେ ଡିସିପିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ଘଟଣାସ୍ଥଳରୁ କିଛି ବି ସୁରାକ ପାଇନଥିଲା ପୋଲିସ । ସିସିଟିଭ ଜବତ ହୋଇଥିଲା । ସହରର ସବୁ ସିସିଟିଭି କ୍ୟାମେରା ଯାଞ୍ଚ କରାଯାଇଥିଲା ।

ହେଲେ ସୁରାକ ଦେଇଥିଲା ବାଇକ୍‌ । ଦୁଇ ଲୁଟେରା ଭଡାରେ ବାଇକ୍‌ ଆଣିଥିଲେ । ପୋଲିସ କମିଶନର କହିଛନ୍ତି, ଦୁଇ ଲୁଟେରା ୫ ତାରିଖରେ କୋଲକାତାରୁ ଆସିଥିଲେ । ଭୁବନେଶ୍ୱରର ଦୁଇଟି ହୋଟେଲରେ ରହିଥିଲେ । ପ୍ରଥମେ ଏଟିଏମ୍‌କୁ ଯାଇ ଯାଞ୍ଚ କରିଥିଲେ, ପରେ ଲୁଟ୍‌ କରିଥିଲେ । ମଞ୍ଚେଶ୍ୱର ଅଞ୍ଚଳରୁ ଗ୍ୟାସ୍‌ କଟର ଆଣିଥିଲେ । ଲୁଟ୍‌ କରିବା ପରେ ଭୋର ୪ଟା ୧୫ରେ ଭଡାରେ ଆଣିଥିବା ବାଇକ୍‌ ଫେରାଇଥିଲେ ।

ଏହା ପରେ ଭୁବନେଶ୍ୱର ବିମାନ ବନ୍ଦରକୁ ଯାଇଥିଲେ । ସେଠାରୁ ଫ୍ଲାଇଟ୍‌ରେ ଦିଲ୍ଲୀ ଯାଇଥିଲେ । ପରେ ଚଣ୍ଡିଗଡ, ବେଙ୍ଗାଳୁରୁ ଓ ଭାଇଜାଗ୍‌ରେ ପହଞ୍ଚିଥିଲେ । ୨୧ ତାରିଖ ଦିନ ଭାଇଜାଗ୍‌ରୁ ମଧ୍ୟ ଏମାନେ ଲୁଟ୍‌ କରିଥିଲେ । ଗିରଫ ଦୁଇ ଅଭିଯୁକ୍ତ ଅଣଓଡ଼ିଆ । ଜଣେ ପଞ୍ଜାବ ଓ ଅନ୍ୟ ଜଣେ କେରଳର । କେମିତି ଓ କିପରି ଲୁଟ୍‌ କରାଯିବ, ତାହା ବେଙ୍ଗାଳୁରୁରୁ ଅପରେଟ୍‌ ହେଉଥିଲା । ଲୁଟ୍‌ କରିବା ପରେ ଅଭିଯୁକ୍ତମାନେ ଫ୍ଲାଇଟ୍‌ରେ ଯିବା ଆସିବା କରୁଥିଲେ ।

ପୂର୍ବରୁ ମଧ୍ୟ ଏଟିଏମ୍‌ ଲୁଟ୍‌ ଓ ଡ୍ରଗ୍ସ କାରବାରରେ ଏମାନେ ଗିରଫ ହୋଇଥିଲେ । ଦୁଇ ଲୁଟେରାଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରାଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି । ଏବେ ସବୁ ଲୋକଙ୍କ ପରିଚୟ ପତ୍ର ଯାଞ୍ଚ କରିବା ସହ ସବୁ ତଥ୍ୟ ଥାନାକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.