Below header

ଦେବଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ; ଭାଙ୍ଗିଲା ଗଛ, ଉପୁଡିଲା ବିଦ୍ୟୁତ ଖୁଣ୍ଟ

ଦେବଗଡ଼(କେ.ନ୍ୟୁଜ): ଦେବଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବହୁ ବଡ଼ ବଡ଼ ଗଛ ଭାଙ୍ଗିଯିବା ସହ ବିଦ୍ୟୁତ ଖୁଣ୍ଟ ଉପରେ ପଡିଥିବା ଦେଖିବାକୁ ମିଳିଛି । ଫଳରେ ଦେବଗଡ ସହର ସମେତ ଆଖପାଖ ଅଞ୍ଚଳରେ ପାଖାପାଖି ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବିଦ୍ୟୁତ ସେବା ବ୍ୟାହତ ହୋଇଥିବା ଜଣାପଡିଛି।

Temperatures to drop by 5°C due to Nor'wester Rain in Odisha ...

ସୂଚନା ଅନୁଯାୟୀ ଗତ କାଲି ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ହଠାତ ପ୍ରବଳ ବେଗରେ ପବନ ବୋହିବା ସାଙ୍ଗକୁ ବର୍ଷା ଓ କୁଆପଥର ବୃଷ୍ଟି ହୋଇଥିଲା। ଫଳରେ ଦେବଗଡ ରାଜା ତଥା ସମ୍ବଲପୁର ସାଂସଦ ନିତେଷ ଗଙ୍ଗଦେବଙ୍କ ରାଜପ୍ରାସାଦର (ପୈତୃକ ବାସଭବନ) ଟିଣ ଆଜବେଷ୍ଟସ ଉଡିଯାଇ ରାଜପ୍ରସାଦର ପରିସରରେ ଥିବା ୱେସ୍କ କାର୍ଯ୍ୟାଳୟ ସମ୍ମୁଖରେ ପଡିଥିଲା । ପବନର ବେଗ ଏତେ ଜୋରରେ ଥିଲା ଯେ ଆଜବେଷ୍ଟସ ଲାଗିଥିବା କାନ୍ଥର ଇଟା ଗୁଡ଼ିକ ପ୍ରାୟ ୩୦ ମିଟର ଦୂର ପର୍ଯ୍ୟନ୍ତ ଉଡି ଯାଇଥିଲା । ଫଳରେ ୱେସ୍କ କାର୍ଯ୍ୟାଳୟର ରାସ୍ତା ଦୀର୍ଘ ସମୟ ଧରି ଅବରୋଧ ହୋଇ ରହିଥିଲା । ସୌଭାଗ୍ୟର ବିଷୟ ଉକ୍ତ ଜନଗହଳି ସ୍ଥାନଟି ଲକଡାଉନ ଯୋଗୁଁ ଜନଶୂନ୍ୟ ଥିବାରୁ କେହି ହେଲେ ମୃତାହତ ହୋଇନଥିଲେ।

Kala baisakhi - YouTube

ସେହିପରି ଦେବଗଡ ପୌରାଞ୍ଚଳର ପ୍ରଧାନପାଟ ରୋଡ, ଗଣେଶ ଛକ, ପୁରୁଣାଗଡ ଓ ନିଳବେର୍ଣ୍ଣୀ ସାହି ଅଞ୍ଚଳରେ ମଧ୍ୟ ପ୍ରବଳ ଝଡତୋଫାନ ଯୋଗୁଁ ବହୁ ଗଛ ଭାଙ୍ଗିଯାଇ ରାସ୍ତାରେ ପଡିଥିଲା । କେତେକ ସ୍ଥାନରେ ଅଗ୍ନିଶମ ବିଭାଗର ସହାୟତାରେ ଗଛ ଗୁଡିକୁ କଟାଯାଇ ଅନ୍ୟତ୍ର ଉଠାଇ ନିଆଯିବା ପରେ ରାସ୍ତାରେ ଯାତାୟାତ ସ୍ୱାଭାବିକ ହୋଇଥିଲା । ଅନ୍ୟପକ୍ଷରେ ଭୀଷଣ ବଜ୍ରପାତ ଯୋଗୁଁ ପୌରାଞ୍ଚଳକୁ ଲାଗି ରହିଥିବା କୁରଡ ଗାଁ ର ଜଣେ ବ୍ୟକ୍ତିଙ୍କର ଏକ ବଳଦର ମୃତ୍ୟୁ ଘଟିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.