ଅମିତାଭ ଓ ଆୟୁଷ୍ମାନଙ୍କ ଫିଲ୍ମ ‘ଗୁଲାବୋ ସିତାବୋ’କୁ ନେଇ ଆସିଲା ବଡ଼ ଖବର, ସିନେମା ଘରେ ରିଲିଜ ହେବ ନାହିଁ ଏହି ଫିଲ୍ମ

ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଗୁଲାବୋ ସିତାବୋ’କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ନିଜ ନିଜ ଇନଷ୍ଟାଗ୍ରାମରେ ଏହା ସୂଚନା ଦେଇଛନ୍ତି କି, ଫିଲ୍ମକୁ ସିନେମା ଘରେ ରିଲିଜ କରାଯିବ ନାହିଁ। ଏହାକୁ ଆମାଜନ ପ୍ରାଇମ ଭିଡ଼ିଓରେ ଦେଖାଯିବ। ଫିଲ୍ମର ପ୍ରିମିୟର 12 ଜୁନରେ ହେବ।

ଅମିତାଭ ବଚ୍ଚନ ଲେଖିଛନ୍ତି, ‘ଜଣେ ଭଦ୍ର ଯୁବକ ଓ ତାଙ୍କ ନିଆରା ଘର ମାଲିକଙ୍କ କାହାଣୀ। 12 ଜୁନରେ ପ୍ରାଇମ ଭିଡ଼ିଓରେ ଗୁଲାବୋ ସିତାବୋର ପ୍ରିମିୟର’। ସେହିପରି ଆୟୁଷ୍ମାନ ଲେଖିଛନ୍ତି, ‘ଆଡଭାନ୍ସରେ ଆପଣଙ୍କୁ ବୁକ କରୁଛୁ। ପ୍ରାଇମ ଭିଡ଼ିଓରେ 12 ଜୁନକୁ ଗୁଲାବୋ ସିତାବୋର ପ୍ରିମିୟର। ଆସିଯିବେ। ଫାର୍ଷ୍ଟ ଡେ, ଫାର୍ଷ୍ଟ ଷ୍ଟ୍ରୀମ କରିବାକୁ’।

ତେବେ ଫିଲ୍ମ ନିର୍ଦ୍ଦେଶକ ସୁଜିତ ସରକାରଙ୍କ କହିବା ଅନୁଯାୟୀ, ‘ଗୁଲାବୋ ସିତାବୋ’ ଏକ ହାଲକା ଫୁଲକା କମେଡି ଫିଲ୍ମ। ପରିବାର ସହ ବସି ଏହାର ମଜା ନିଆଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.