କଳାହାଣ୍ଡି ଲୋକ ମହୋତ୍ସବ ଘୁମୁରା-୨୦୨୦ ଉଦ୍‌ଘାଟିତ

କଳାହାଣ୍ଡି: ଉଦ୍‌ଘାଟିତ ହୋଇଛି କଳାହାଣ୍ଡି ଲୋକ ମହୋତ୍ସବ ଘୁମୁରା-୨୦୨୦। ଭବାନୀପାଟଣାର ରିଣ୍ଡୋ ମାଝୀ ମଞ୍ଚରେ ମହାସମାରୋହରେ ଏହା ଉଦ୍‌ଘାଟିତ ହୋଇଛି। ଏହି ଲୋକ ମହୋତ୍ସବ ସମଗ୍ର ରାଜ୍ୟରେ ବେଶ ପ୍ରଶଂସନୀୟ ହେବା ସହ ଜିଲ୍ଲାର ଲୁକାୟିତ ପ୍ରତିଭା ଲୋକଲୋଚନକୁ ଆଣୁଥିବା ସହ କଳାକାରଙ୍କୁ ମଞ୍ଚରେ ନିଜ ନିଜ କଳା ପ୍ରଦର୍ଶନ କରିବାର ମାଧ୍ୟମ ହୋଇଛି। ଦୀର୍ଘ ୪ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଘୁମୁରାରେ କଳା ପ୍ରଦର୍ଶନ କରି କଳାକାରମାନେ ବେଶ ଆନନ୍ଦ ପ୍ରକାଶ କରିଛନ୍ତି। ଏଠାରେ ରାଜ୍ୟ ଓ ରାଜ୍ୟ ବାହାରର ଶହ ଶହ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଉତ୍ସବ ପଡ଼ିଆରେ ୩ଶହରୁ ଉର୍ଦ୍ଧ୍ୱ ସରକାରୀ ଓ ବେସରକାରୀ ଷ୍ଟଲ ବ୍ୟତୀତ ରାଜ୍ୟ ବାହାରର ଷ୍ଟଲରେ ଲୋକଙ୍କ ବେଶ ଭିଡ଼ ଜମୁଛି। ପଲ୍ଲିଶ୍ରୀ ମେଳାରେ ମଧ୍ୟ ବେଶ ଭିଡ଼ ଜମୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.