Below header

ତାଳଚେର ଅଞ୍ଚଳରେ ଆତଙ୍କ ଖେଳାଇ ଥିବା ଦୁଇ ଲୁଟେରାଙ୍କୁ ଗିରଫ କଲା ପୋଲିସ୍, ଜଣେ ଏବେ ବି ଫେରାର

ତାଳଚେର: ତାଳଚେର ଅଞ୍ଚଳରେ ଆତଙ୍କ ଖେଳାଇ ଥିବା ଦୁଇ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ ଗତ ଡିସେମ୍ବର ଠାରୁ ଚଳିତ ମାସ ୨ତାରିଖ ପର୍ଯ୍ୟନ୍ତ ତାଳଚେରର ବହୁ ସ୍ଥାନରୁ ବନ୍ଧୁକ ମୁନରେ ଲୁଟ ହୋଇଥିଲା । ଲୁଟେରା ମାନଙ୍କୁ ଧରିବା ପାଇଁ ବହୁ ଟିମ୍ ଗଠନ କରାଯାଇଥିଲା । ସମ୍ପୃକ୍ତ ଥିବା ୩ଜଣ ଲୁଟେରାଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଲୁଟେରା ଏବେ ବି ଫେରାର ଥିବା ସୂଚନା ଦେଇଛି ପୋଲିସ । ଗିରଫ ୨ଜଣ ହେଲେ ବାଘୁଆବୋଲର ବିକାଶ ନାଏକ ଏବଂ ସିପୁନ ନାଏକ । ଏମାନଙ୍କ ଠାରୁ ଗୋଟିଏ ଭୁଜାଲି, ଖେଳନା ପିସ୍ତଲ, ମୋଟରସାଇକେଲ, କଳା ମୁଖା ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.