ବୌଦ୍ଧ: ଦାରିଦ୍ର‌୍ୟ ପାଇଁ ଦିବ୍ୟାଙ୍ଗ ନାବାଳିକା ଝିଅକୁ ବିକ୍ରି କରିବାକୁ ଚାହୁଁଥିବା ପରିବାରକୁ ସହାୟତାର ହାତ ବଢ଼ାଇଲେ ସମାଜସେବୀ ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

ବୌଦ୍ଧ(କେନ୍ୟୁଜ୍) : ଦାରିଦ୍ର‌୍ୟ ପାଇଁ ଦିବ୍ୟାଙ୍ଗ ନାବାଳିକା ଝିଅକୁ ବିକ୍ରି କରିବା ନେଇ ଅଭିଯୋଗ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସିନ୍ଦୁରପୁର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଅସହାୟ ମଧୁସୁଦନ ରାଜହଂସଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି ସମାଜସେବୀ ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ଗରିବ ମଧୁସୁଦନଙ୍କ ପରିବାରର ଭରଣପୋଷଣ ଦାୟିତ୍ୱ ନେବା ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଡକ୍ଚର ସାମନ୍ତ। ସେହିପରି ଝିଅ ଉର୍ମିଳାଙ୍କର ପାଠପଢ଼ା ସହ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବାକୁ କହିଛନ୍ତି।

Achyutaଏହା ବ୍ୟତୀତ ମଧୁସୂଦନ କିଭଳି ସମସ୍ତ ସରକାରୀ ସୁବିଧା ସୁଯୋଗ ପାଇବେ, ସେଦିଗରେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ। ଗରିବ ମଧୁସୂଦନଙ୍କ ସାନ ଝିଅ ଉର୍ମିଳା। ଚଳିତବର୍ଷ ମାଟ୍ରିକ ପାସ୍‌ କରିଛନ୍ତି। ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇଯାଇଛି। ତେବେ ଦାରିଦ୍ର‌୍ୟତା ଯୋଗୁ ଚିକିତ୍ସା ସହ ଝିଅକୁ ପାଠ ପଢ଼ାଇବା ପାଇଁ ମଧୁସୂଦନଙ୍କ ପାଖରେ ସମ୍ବଳ ନାହିଁ। ତାର ଭରଣପୋଷଣ ବୋଝ ଉଠାଇବାକୁ ଅକ୍ଷମ ମଧୂସୁଦନ ଝିଅକୁ ବିକ୍ରି କରିବାକୁ ଭାବୁଥିବା ନେଇ ଖବର ପ୍ରକାଶ ପାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.