Below header

ପଶ୍ଚିମବଙ୍ଗରେ ପଞ୍ଚମ ଦିନରେ ପହଞ୍ଚିଲା ଡାକ୍ତରଙ୍କ ଆନ୍ଦୋଳନ, ମମତା ବାନାର୍ଜୀ ସରକାରଙ୍କୁ ୪୮ ଘଣ୍ଟାର ଅଲଟିମେଟମ ଦେଲା ଏମ୍ସ ଡାକ୍ତର ସଂଘ

କେନ୍ୟୁଜ୍ : ପଶ୍ଚିମବଙ୍ଗ ସରକାରଙ୍କୁ ୪୮ ଘଣ୍ଟାର ଅଲଟିମେଟମ। ଏମ୍‌ସର ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ ପକ୍ଷରୁ ଏହି ଅଲଟିମେଟମ ଦିଆଯାଇଛି। କୋଲକାତାରେ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ପଶ୍ଚିମବଙ୍ଗରେ ରେସିଡେଣ୍ଟ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ଯାଏ ଧର୍ମଘଟ ଚେତାବନୀ ଦିଆଯାଇଛି। ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଚାଲିଛି ଆନ୍ଦୋଳନ। ପଶ୍ଚିମବଙ୍ଗ ସମେତ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁ, ହାଇଦ୍ରାବାଦ, କେରଳ, ବିହାରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର। ସମର୍ଥନ କରିଛି ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌।

doctorସେହିପରି ଦିଲ୍ଲୀ ମେଡିକାଲ୍‌ ଆସୋସିଏସନ୍‌ ସମେତ ପାଟନା, ରାୟପୁର ଓ ଭୁବନେଶ୍ୱର ଏମ୍ସ ଡାକ୍ତର ବି ଧର୍ମଘଟ କରିଛନ୍ତି। ସାରା ଦେଶରେ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଓପିଡିରେ ବାଧାପ୍ରାପ୍ତ ହୋଇଛି ରୋଗୀ ସେବା। ଏହାର ପ୍ରତିବାଦରେ ଆସନ୍ତା ସୋମବାର ଦେଶବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ ଡାକରା ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ। ଗତ ୧୦ତାରିଖରେ କୋଲକାତାରେ ଡାକ୍ତରଙ୍କୁ ଆକ୍ରମଣ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.