ପୁଣି ଗୁଜରାଟ ଉପକୂଳ ମୁହାଁ ହୋଇପାରେ ବାତ୍ୟା’ବାୟୁ’ ! ୧୭ ରୁ ୧୮ ମଧ୍ୟରେ କଚ୍ଛ ଉପକୂଳରେ ଛୁଇଁପାରେ ସ୍ଥଳଭାଗ

ବାତ୍ୟା ବାୟୁକୁ ନେଇ ପୁଣି ଚର୍ଚ୍ଚା । ଏଯାଏଁ ଟଳିନାହିଁ ବାତ୍ୟା ‘ବାୟୁ’। ଏବେ ‘ବାୟୁ’ ପୁଣି ଗୁଜରାଟ ଉପରେ ହିଁ ମାଡ ହୋଇପାରେ ବୋଲି କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରଣାଳୟର ଜଣେ ବରିଷ୍ଠ କର୍ମଚାରୀ ସୂଚନା ଦେଇଛନ୍ତି । ଆସନ୍ତାକାଲି ବାତ୍ୟା କଚ୍ଛ ଉପକୂଳ ଆଡକୁ ମୁହାଁଇପାରେ ଏବଂ ୧୭ ରୁ ୧୮ ମଧ୍ୟରେ ଏହା କଚ୍ଛ ଉପକୂଳରେ ସ୍ଥଳଭାଗ ଛୁଇଁପାରେ ବୋଲି ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ ଏଇ ସାମୁଦ୍ରିକ ବାତ୍ୟାର ତୀବ୍ରତା କମିଯିବାର ସମ୍ଭାବନା ଥିବାରୁ ଏହା ସାମୁଦ୍ରିକ ବତାସ କିଂବା ଲଘୁଚାପ ଭାବେ ଉପକୂଳକୁ ଆସି ପାରେ।

landfallଗୁରୁବାର ଦିନ ସାମୁଦ୍ରିକ ବାତ୍ୟା ‘ବାୟୁ’ ଗୁଜରାଟ ଉପକୂଳରେ ସ୍ଥଳଭାଗକୁ ଆସିବାର ଥିଲା କିନ୍ତୁ ବୁଧବାର-ଗୁରୁବାର ରାତିରେ ପଥ ପରିବର୍ତ୍ତନ କରିଦେଇଥିଲା। ଗିର୍, ସୋମନାଥ, ଦିୟୁ, ଜୁନାଗଡ଼ ଏବଂ ପୋରବନ୍ଦର ପାଖ ଦେଇ ତାହା ସମୁଦ୍ର ମଧ୍ୟରେ ହିଁ ଆଗକୁ ଚାଲିଯାଇଥିଲା।  ବାତ୍ୟାର ସମ୍ଭାବ୍ୟ ଗତିପଥ ପରିବର୍ତ୍ତନ ସମ୍ବନ୍ଧରେ ଗୁଜରାଟ ସରକାରଙ୍କୁ ସତର୍କ ସୂଚନା ଦିଆଯାଇଥିବାବେଳେ ପରିସ୍ଥିତି ଉପରେ ସରକାର ଦୃଷ୍ଟି ରଖିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.