Below header

କେନ୍ଦୁଝର: ଦଶମ ଶ୍ରେଣୀରେ କୃତ୍ତି ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଗଲା ସମ୍ବର୍ଦ୍ଧନା

କେନ୍ଦୁଝର(କେ ନ୍ୟୁଜ): ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ କେଉଁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶମ ଶ୍ରେଣୀର କୃତ୍ତି ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍କଲାରସିପ ପ୍ରୋଗ୍ରାମ ଲଂଚ କରାଯାଇଛି । ଜିଲ୍ଲାର ଡିଏମଏଫ ପକ୍ଷରୁ ସ୍କଲାରସିପ ପ୍ରୋଗ୍ରାମ ଆରମ୍ଭ କରାଯାଇଛି । A1 ଗ୍ରେଡ଼ ବା ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖିଥିବା ତଥା ଜିଲ୍ଲାର ସରକାରୀ କିମ୍ବା ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲର ଟପ ୫ ରେ ଥିବା ଛାତ୍ରଛାତ୍ରୀଙ୍କୁ ଆଜି ସମ୍ବର୍ଦ୍ଧନା କରାଯାଇଛି । କହିରଖିବା ଉଚିତ ହେବକି, ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଗତ ଜୁଲାଇ ୨୯ ତାରିଖରେ ପ୍ରକାଶିତ ହୋଇଥିଲା । କେନ୍ଦୁଝର ଜିଲ୍ଲାରେ ପରୀକ୍ଷା ଦେଇଥିବା ମୋଟ ୨୧୬୧୯ ଜଣଙ୍କ ମଧ୍ୟରୁ ୭୬ ପ୍ରତିଶତ ପରୀକ୍ଷାର୍ଥୀ ପାସ କରିଛନ୍ତି । ଏହି ପାସହାର ଗତ ବର୍ଷର ପାସହାର ତୁଳନାରେ ୫ ପ୍ରତିଶତ ଅଧିକ ଅଟେ | ଜିଲ୍ଲାରୁ ୨୭ ଜଣ ଶତକଡା ୯୦ ବା ତଡ଼ଧୁର୍ଦ୍ଧା ନମ୍ବର ରଖି A1 ଗ୍ରେଡ଼ରେ ପାସ କରିଥିବା ଜଣାଯାଇଛି ।

dm new one

ସେମଧ୍ୟରୁ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ୫ ଜଣଙ୍କୁ ମିଶାଇ ମୋଟ ୧୫ ଜଣ ଜିଲ୍ଲାର ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ପଢୁଥିଲେ । ଆଜି ଅର୍ଥାତ ଅଗଷ୍ଟ ୧୮ ତାରିଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡ଼ି.ଏମ.ଏଫ ତରଫରୁ ଜିଲ୍ଲାପାଳ ତଥା ଡ଼ିଏମଏଫ ଅଧ୍ୟକ୍ଷ ଓ ମେନେଜିଙ୍ଗ ଟ୍ରଷ୍ଟି ଆଶିଷ ଠାକରେ, ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଡ଼ିଏମଏଫ ମୁଖ୍ୟ କାର୍ଯ୍ୟନିଵାହୀ ଅଧିକାରୀ ଡଃ ଉଦ୍ଧବ ମଝି ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଜିଲ୍ଲର ଟପର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଚଳିତ ବର୍ଷ ଅର୍ଥାତ ୨୦୨୦ରେ ଏହି ତାଲିକାରେ ସାମିଲ ଥିବା ୧୩୦୦କୃତ୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.